ଓଡିଶା

ତାଜା ପଡ଼ି ବୋହୁ ମୃତ, ଶଶୁର ଗୁରୁତର

ରାଇରଙ୍ଗପୁର: ମୟୁରଭଞ୍ଜ ଜିଲ୍ଲାର ବାଦାମ ପାହାଡ଼ ଥାନା ଅନ୍ତର୍ଗତ ସୁଲାଇପାଟ ଫାଣ୍ଡି ଅଂଚଳ କୁସୁମି ବ୍ଳକର ଜୟପୁର ପଞ୍ଚାୟତର କୁଲଢିହା ଗ୍ରାମରେ ଏକ ନିର୍ମାଣାଧୀନ ଘରର ତାଜା ଭୁଷୁଡି ଯିବା ଫଳରେ ପୁତ୍ରବଧୂର ମୃତ୍ୟୁ ହୋଇଥିବାବେଳେ ଶଶୁର ଗୁରୁତର ହୋଇଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ କୁଲଡ଼ିହା ଗ୍ରାମର ମାନସିଂ ମାରାଣ୍ଡିଙ୍କ ଘରନିର୍ମାଣ ଚାଲିଛି । ପ୍ରବଳ ଖରା ତାତି ପାଇଁ ସକାଳୁ ସକାଳୁ ପରିବାର ଲୋକେ ଘର ନିର୍ମାଣ କାମରେ ଲାଗିପଡିଥିଲେ । ଆଜି ସକାଳ ୬ ଟା ସମୟରେ ଘରର ବୋହୂ ଛବିରାଣୀ ମାରାଣ୍ଡି (୨୧), ସ୍ବାମୀ ରାମଚନ୍ଦ୍ର ମାରାଣ୍ଡି ଘରୁ କାମ କରିବା ପାଇଁ ଘର ବାହାରକୁ ଯିବା ସମୟରେ ହଠାତ୍ ଘରର ତାଜାଟି ଭୁଷୁଡି ପଡି ଛବିର ମୁଣ୍ଡ ଉପରେ ପଡ଼ିବା ସହ ଶଶୁରଙ୍କ ଗୋଡ଼ରେ ପଡ଼ି ଯାଇଥିଲା । ଘର ଓ ପଡ଼ୋଶୀ ଲୋକ ସେମାନଙ୍କୁ ଉଦ୍ଧାର କରି ରାଇରଙ୍ଗପୁର ଡାକ୍ତରଖାନାକୁ ଆଣିଥିଲେ । ହେଲେ ଡାକ୍ତର ମୃତ ଘୋଷଣା କରିଥିଲେ । ଶଶୁର ମାନସିଂହ ମାରାଣ୍ଡିଙ୍କ ଗୋଡ଼ ଭାଙ୍ଗି ଯାଇଛି । ଖବରପାଇ ସୁଲାଇପାଟ ଫାଣ୍ଡି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

Related posts

 ୨୦ଟି ଗେଟ ଦେଇ ନିଷ୍କାସିତ ହେଉଛି ବନ୍ୟା ଜଳ  

mahabharatanews

ଶ୍ରୀମନ୍ଦିର ସେବାୟତଙ୍କୁ ମିଳିବ ଦ୍ୱିତୀୟ କିସ୍ତି ସହାୟତା

mahabharatanews

ସରିଲା ଖାତା ଦେଖା, ୧୬ରେ ପରୀକ୍ଷା ଫଳ

mahabharatanews