ଦାନ୍ତେୱାଡା: ପଡୋଶୀ ରାଜ୍ୟ ଛତିଶଗଡରେ ମାଓ ଆତଙ୍କ । ଛତିଗଡ ସୀମାନ୍ତ ଦନ୍ତେୱାଡାର ଟେଟମ ଗାଁରେ ମାଓବାଦୀ ଜଣେ ପୁଲିସ ଗୁଇନ୍ଦା ଯବାନଙ୍କୁ ଗୁଳିକରି ହତ୍ୟା କରିଛନ୍ତି । ଘଟଣା ପରେ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି । ମଙ୍ଗଳବାର ବିଳମ୍ବିତ ରାତିରେ ଏହି ଘଟଣ।। ଘଟିଛି ।
ମଙ୍ଗଳବାର ରାତିରେ ଟେଟମ ଗାଁରେ ୧୦ରୁ ୧୫ଜଣ ସଶସ୍ତ୍ର ମାଓବାଦୀ ପଶି ଉମେଶ ମାଡକମ ନାମକ ଜଣେ ଗୁଇନ୍ଦା ପୋଲିସ କର୍ମଚାରୀଙ୍କୁ ହତ୍ୟା କରିଛନ୍ତି । ଉମେଶ ଗାଁରେ ସିଆରପିଏଫ କ୍ୟାମ୍ପ ସ୍ଥାପନ ଲାଗି ସକ୍ରିୟ ଥିଲେ । ନକ୍ସଲପନ୍ଥୀଙ୍କ ଏହି ହତ୍ୟାକାଣ୍ଡ ପରେ ଘଟଣାସ୍ଥଳରେ ସୁରକ୍ଷାକର୍ମୀ ପହଞ୍ଚି ଶବ ଉଦ୍ଧାର କରିଛନ୍ତି । ଅଞ୍ଚଳରେ କୁମ୍ବିଂ ଅପରେସନ ଜାରି ରହିଥିବା ଦନ୍ତେୱାଡା ଏସପି ଅଭିଷେକ ପଲ୍ଲଭ ସୂଚନା ଦେଇଛନ୍ତି ।
