ଓଡିଶା

ଦୁଃଖ କଷ୍ଟକୁ ପଛରେ ପକାଇ ଆଠଗଡ ପାଳନ କରାଯାଇଛି ଶ୍ରମିକ ଦିବସ

(ବିରୁପାକ୍ଷ ପ୍ରଧା. ଆଠଗଡ): ଆଜି ଶ୍ରମିକଙ୍କ ପାଇଁ ଦିନଟିଏ । କିନ୍ତୁ ଏହି ଦିନଟିକୁ ଉତ୍ସହ ଉଲ୍ଲାସ ମଧ୍ୟରେ କାଟିପାରୁ ନାହିଁ ଶ୍ରମିକ ଟିଏ । କାରଣ କରୋନା ବଢ଼ାଇ ଦେଇଛି ଶ୍ରମିକଟିର ଚିନ୍ତା । କିଏ ଘରକୁ ଆସିବା ପାଇଁ ସଂଘର୍ଷ କରୁଛି ତ କିଏ କାମ ନପାଇ ରୋଜଗାର ହରାଇ ଚିନ୍ତାରେ । ଏହି ଦୁଃଖ କଷ୍ଟମଧ୍ୟରେ ଆନ୍ତର୍ଜାତୀୟ ଶ୍ରମିକ ଦିବସକୁ ଓଡିଶା ହିନ୍ଦମଜଦୁର ସଂଘ ଆଠଗଡ ଶାଖା ପକ୍ଷରୁ ନିରାଡମ୍ବର ଭାବେ ଶ୍ରମିକ ଦିବସ ପାଳନ କରାଯାଇଛି। ଏହି ଅବସରରେ ଆଠଗଡର ବିଭିନ୍ନ କଂପାନୀ ସମ୍ମୁଖରେ ରାଜ୍ୟ ହିନ୍ଦ ମଜଦୁର୍ ସଭାର କାର୍ୟ୍ୟକାରୀ ସଭାପତି ତଥା ଖାଦ୍ୟଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପତ୍ତାକା ଉତ୍ତୋଳନ କରିବା ସହ ଶ୍ରମିକ ମାନଙ୍କୁ ଶପଥ ପାଠ କରାଇଥିଲେ ।

Related posts

ନାଗରିକତା ବିଧେୟକକୁ ଶିବସେନାର ବିରୋଧ

mahabharatanews

କରୋନା ଯୋଦ୍ଧାଙ୍କୁ ସାଂସଦ ମହେଶ ସାହୁଙ୍କ ସମ୍ବର୍ଦ୍ଧନା

mahabharatanews

ଦେବୀ ମିଶ୍ରଙ୍କ ଘରେ ସିବିଆଇ ଟିମ୍

mahabharatanews