ଓଡିଶା

ନାଗରିକତା ବିଧେୟକକୁ ଶିବସେନାର ବିରୋଧ

(ମହାଭାରତ/ମୁମ୍ବାଇ): ନାଗରିକତା ବିଧେୟକ ବା ସିଟୀଜେନସିପି ବିଲକୁ ନେଇ ବିଜେପିର ପୁରୁଣା ସହଯୋଗୀ ଶିବସେନା ଅସନ୍ତୋଷ ପ୍ରକାଶ କରିଛି । ଏ ନେଇ ଶିବସେନା ପକ୍ଷରୁ ବିଧେୟକରେ କେତେକ ସଂଶୋଧନ କରିବା ପାଇଁ ମୋଦି ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି । ଦଳୀୟ ମୁଖପତ୍ର ସାମନାରେ ଶିବସେନା କହିଛି, ମୋଦି ସରକାର ନାଗରିକତା ବିଲ ମାଧ୍ୟମରେ ରାଜନୀତି କରୁଛନ୍ତି । ଏଭଳି ବିଧେୟକ ପଛରେ ଭୋଟ ବ୍ୟାଙ୍କ ରାଜନୀତି ରହିଥିବା ଦଳ କହିଛି ।
ହିନ୍ଦୁତ୍ୱ ବିଚାରଧାରାକୁ ନେଇ କାର୍ଯ୍ୟକରୁଥିବା ଶିବସେନାର ଆଭିମୁଖ୍ୟରେ ପରିବର୍ତ୍ତନ ଆସିଥିବା ମନେ ହେଉଛି । ଦଳ କହିଛି, ହିନ୍ଦୁମାନଙ୍କ ପାଇଁ ଭାରତ ବ୍ୟତୀତ ଅନ୍ୟ କୌଣସି ଦେଶ ନାହିଁ କିନ୍ତୁ ଭୋଟ ବ୍ୟାଙ୍କ ପାଇଁ ନାଗରିକତା ବିଲ ଆଣିବା ଦେଶ ପାଇଁ ଠିକ ନୁହେଁ । ଏ ନେଇ ଶିବସେନା ପକ୍ଷରୁ ଦାବି କରାଯାଇଛି ଯେ ଯେଉଁ ବାହାର ଦେଶର ଲୋକଙ୍କୁ ନାଗରିକତା ଦିଆଯିବ ସେମାନଙ୍କୁ ଅ ।ସନ୍ତା ୨୫ ବର୍ଷ ପର୍ଯ୍ୟନ୍ତ ମତଦାନ ଅଧିକାର ଦିଆ ନ ଯାଉ । ଏହି ପ୍ରସ୍ତାବ ଉପରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ସାହାଙ୍କୁ ଚିନ୍ତା କରିବା ଅ ।ବଶ୍ୟକ ବୋଲି ଦଳ କହିଛି । ଅନ୍ୟ ଦେଶରେ ରହୁଥିବା ହିନ୍ଦୁ, ଶିଖ, ପାର୍ସି, ଇସାଈ ଓ ଜୈନମାନଙ୍କୁ ନାଗରିକତ୍ୱ ଦେବା ପୂର୍ବରୁ ସରକାର ସେହି ସବୁ ଦେଶର ସରକାରଙ୍କ ସହ ଅ ।ଲୋଚନା କରିବା ଅ ।ବଶ୍ୟକ ଯେ ସେଠାରେ ହିନ୍ଦୁମାନଙ୍କ ଉପରେ ହେଉଥିବା ଅତ୍ୟା·ର କିଭଳି ରୋକ ଯାଇ ପାରିବ ।

Related posts

mahabharatanews

୨୦୨୫ ସୁଦ୍ଧା ୧୨୮୦ ନୂଆ ଚେକଡ୍ୟାମ ନିର୍ମାଣ

mahabharatanews

ସ୍ୱାଭିମାନ ଅଞ୍ଚଳରେ ପ୍ରଜାମେଳି

mahabharatanews

Leave a Comment