Uncategorized

ଦେଶର ବିଭାଜନ ଚାହୁଁଥିବା ଲୋକେ ଏନଏସଜିକୁ ଡରିବା ଦରକାର: ଶାହା

(କୋଲକାତା): ଦେଶକୁ ଭାଗ କରିବାକୁ ଓ ଶାନ୍ତି ଭଙ୍ଗ ଚାହୁଁଥିବା ଲୋକେ ଜାତୀୟ ସୁରକ୍ଷା ଗାର୍ଡ (ଏନଏସଜି)କୁ ଡରିବା ଦରକାର ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି । ରବିବାର କୋଲକାତା ଗସ୍ତ ବେଳେ ସେଠାରେ ଆୟୋଜିତ ଏକ ସମାରୋହରେ ଯୋଗ ଦେଇ ଶାହା ଏଭଳି କହିଛନ୍ତି । ଦେଶକୁ ବିଭାଜନ କରିବା ପାଇଁ ଚେଷ୍ଟା କରୁଥିବା ଗୋଷ୍ଠୀ ଏବଂ ବ୍ୟକ୍ତିଙ୍କୁ ଖୋଜି ବାହାର କରିବା ଏନଏସଜିର କାମ । ଆମେ ସମଗ୍ର ବିଶ୍ୱରେ ଶାନ୍ତି ଚାହୁଁଛୁ । ୧୦ ବର୍ଷର ଇତିହାସରେ ଭାରତ କାହା ଉପରେ ଆକ୍ରମଣ କରିନାହିଁ । ଆମେ କାହାକୁ ଆମର ଶାନ୍ତି ଭଙ୍ଗ କରିବାକୁ ଦେବୁ ନାହିଁ । ଏଭଳି କାର୍ଯ୍ୟରେ ସମ୍ପୃକ୍ତ ଥିବା ଲୋକଙ୍କ ଭିତରେ ଭୟର ବାତାବରଣ ସୃଷ୍ଟି କରିବା ପାଇଁ ଏନଏସଜି କାମ କରୁଛି ବୋଲି କେନ୍ଦ୍ର ଗୃହମନ୍ତ୍ରୀ ମତ ରଖିଛନ୍ତି । ସେ ଆହୁରି କହିଛନ୍ତି ଯେ, ଆମେ ଯବାନଙ୍କ ଜୀବନ ଯିଏ ନେବ, ତାକୁ ଏହାର ବହୁମୂଲ୍ୟ ଦେବାକୁ ପଡିବ । ଏନଏସଜିର ଉପସ୍ଥିତିକୁ ଭୟ ନକରି ଯଦି ଜାଣିଶୁଣି ଦେଶର ଶାନ୍ତି ଭଙ୍ଗ କରିବାକୁ ଚେଷ୍ଟା କରନ୍ତି ସେମାନଙ୍କ ସହ ମୁକାବିଲା କରି ପରାସ୍ତ କରିବା ଏନଏସଜିର ଦାୟିତ୍ୱ । ଶାହା ତାଙ୍କର ଏହି ଗସ୍ତ ବେଳେ ଜାତୀୟ ସୁରକ୍ଷା ଗାର୍ଡର ଏକ ନୂତନ କୋଠା ସ୍ପେଶାଲ କମ୍ପୋଜିଟ୍ ଗ୍ରୁପ କମ୍ପେ୍ଲକ୍ସର ଉଦ୍ଘାଟନ କରିଛନ୍ତି । ଦେଶ ଉପରେ କୌଣସି ବିପଦ ଆସିବା ପୂର୍ବରୁ ଜୀବନକୁ ଖାତିର ନକରି ଏନଏସଜି ଅନେକ ଉଦାହରଣ ସୃଷ୍ଟି କରିଛି । ଆତଙ୍କବାଦକୁ ସମୁଳ ଧ୍ୱଂସ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ଜିରୋ ଟଲେରାନ୍ସ’ (ଶୂନ୍ୟ ସହନଶୀଳତା) ନୀତିକୁ ଏନଏସଜି ଆପଣାଇଛି ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ, ରବିବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଦିନିକିଆ ପଶ୍ଚିମବଙ୍ଗ ଗସ୍ତରେ ଆସି ସିଏଏ ସପକ୍ଷରେ ଆୟୋଜିତ ଏକ ରାଲିରେ ଯୋଗ ଦେଇଥିଲେ ।

Related posts

ୟୁଏଇର ପ୍ରଥମ କୋରୋନା ସଂକ୍ରମଣ ଚିହ୍ନଟ

mahabharatanews

କୋରୋନା ସନ୍ଦେହରେ ୨୯ ପର୍ଯ୍ୟଟକଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ

mahabharatanews

ଆନ୍ଦୋଳନକୁ ଓହ୍ଲାଇବେ ଢାବା ମାଲିକ

mahabharatanews