Uncategorized

ନର୍କ ଗୁମ୍ପା

(ମହାଭାରତ): ଭିଏତନାମର ଦା ନାଙ୍ଗରେ ମାର୍ବଲ ପର୍ବତରେ ଏକ ବଡ ଗୁମ୍ପା ଅଛି, ଯାହା ପରିଚିତ ଅମ୍ ଫୁ ତଥା ହେଲ କେଭ ଭାବେ । ଏହା ମଧ୍ୟରେ ଅନେକ ଗୁମ୍ପା ରହିଛି, ଯାହା ଭିତରେ ଅନେକ ଭୟଙ୍କର ରାକ୍ଷସ, ସଇତାନ, ମୃତ୍ୟୁର ବିଭିନ୍ନ ଦୃଶ୍ୟ, ବିଭିନ୍ନ ଭୟଙ୍କର ଦଣ୍ଡର ପ୍ରତିମାର ମୂର୍ତ୍ତି ରହିଛି । ତେଣୁ ଏହାକୁ ନର୍କ ଗୁମ୍ପା ବୋଲି କୁହାଯାଏ । ଏହି ନର୍କ ଗୁମ୍ପାକୁ ପହଞ୍ଚିବାକୁ ହେଲେ ଅନେକ ଗୁମ୍ପା ଅତିକ୍ରମ କରି ଯିବାକୁ ହୁଏ । ଊନବିଂଶ ଶତାଦ୍ଦୀରେ କିଙ୍ଗ୍ ମିନ ମାଙ୍ଗ ଏହାକୁ ଆବିଷ୍କାର କରିବା ସହ ଏହାର ନାମକରଣ ବି କରିଥିଲେ । ଉକ୍ତ ପର୍ବତର ଉପରିଭାଗକୁ ସ୍ୱର୍ଗ ବୋଲି ବି କୁହାଯାଏ । ସେଠାକୁ ପହଞ୍ଚିବା ପାଇଁ ସୁନ୍ଦର ପାହାଚ କରାଯାଇଛି । ତା’ସହ ଗୁମ୍ପାର କାନ୍ଥରେ ଅନେକ ସୁନ୍ଦର ଚିତ୍ର ଖୋଦେଇ ହୋଇଛି । ବୁଦ୍ଧ ଦେବଙ୍କ ପ୍ରତିମୂର୍ତ୍ତି ଓ କାନ୍ଥରେ ତାଙ୍କର ଖୋଦେଇ ଚିତ୍ର ଏହା ମଧ୍ୟରେ ଦେଖିବାକୁ ମିଳେ ।

Related posts

ସ୍ୱଦେଶକୁ ଫେରିଲେ ୧୫ ହଜାର ପ୍ରବାସୀ ଭାରତୀୟ

mahabharatanews

ଜଙ୍ଗଲ ବବଲ୍

mahabharatanews

ଗୋଧରା ହତ୍ୟାକାଣ୍ଡ ଘଟଣାରେ ୮ ଦୋଷୀଙ୍କୁ ଜାମିନ ପ୍ରଦାନ କଲେ ସୁପ୍ରିମ କୋର୍ଟ

mahabharatanews