Uncategorized

ନିଜ ଶକ୍ତିର ପରାକାଷ୍ଠା ଦେଖାଇବାକୁ ଚାହୁଁଛି ଚୀନ

ୱାସିଂଟନ: ଚୀନ୍‌ ଏବେ ଗୋଟିଏ ପଟେ ଭାରତର ପୂର୍ବ ଲଦାଖ୍‌ରେ ହିଂସାକୁ ପ୍ରୋତ୍ସାହନା ଦେଉଥିବା ବେ‌ଳେ, ଅନ୍ୟପଟେ ଚୀନ୍‌ର ଯୁଦ୍ଧ ଜାହାଜ ବଙ୍ଗୋପସାଗରର ଜାପାନ ଉପକୂଳରେ ମୁତୟନ କରି ସେଠାରେ ଉତ୍ତେଜନା ବଢ଼ାଉଛି। ଏହା ସହିତ ଚୀନ୍‌ ତାଇୱାନର ବାୟୁସୀମାକୁ ତୁହାକୁ ତୁହା ଉଲ୍ଲଂଘନ କରି ଯୁଦ୍ଧ ବିମାନ ଉଡ଼ାଇବାରେ ଲାଗିଛି। ଦକ୍ଷିଣ ଚୀନ୍‌ ସାଗରରେ ଅନ୍ୟ କୌଣସି ରାଷ୍ଟ୍ରର ଅଧିକାରକୁ ଗ୍ରହଣ କରାଯିବ ନାହିଁ ବୋଲି ଚୀନ୍‌ ଘୋଷଣା କରିଛି। ଯାହା ବର୍ତ୍ତମାନ ଏସିଆ, ୟୁରୋପ ଏବଂ ଆମେରିକାର ଚିନ୍ତା ବଢାଇ ଦେଇଛି ।
ଚୀନ୍‌ ବିଗତ କିଛି ବର୍ଷରେ ନିଜର ସାମରିକ ଶକ୍ତିକୁ ବୃଦ୍ଧି କରି ପୂରା ବିଶ୍ବକୁ ଚ୍ୟାଲେଂଜ କରିବାକୁ ଚୀନ୍‌ ସକ୍ଷମ ବୋଲି ପରୋକ୍ଷରେ ସଙ୍କେତ ଦେଉଛି। କରୋନା ମହାମାରୀକୁ ନେଇ ଚୀନ୍‌ ଓ ଆମେରିକା ମଧ୍ୟରେ ତିକ୍ତତା ଚରମ ସୀମାରେ ରହିଥିବା ବେଳେ ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ମଧ୍ୟ ଚୀନ୍‌ର ଏହି ଏକଛତ୍ରବାଦ ବାଣିଜ୍ୟ ନୀତିରେ ଅତି‌ଷ୍ଠ ହୋଇପଡ଼ିଛନ୍ତି। ଭାରତ ଏବଂ ଆମେରିକା ମଧ୍ୟରେ ସଂପର୍କ ବିଗତ କିଛି ବର୍ଷ ମଧ୍ୟରେ ଘନିଷ୍ଠ ହୋଇଥିବାରୁ ଚୀନ୍‌ ଏହାକୁ ଆଦୌ ସହ୍ୟ କରିପାରୁନି ଏବଂ ଭାରତକୁ ଧମକାଇବା ପାଇଁ ବିଭିନ୍ନ ଷଡ଼ଯନ୍ତ୍ର ଜାରି ରଖିଛି।
ଗଲୱାନରେ ଭାରତୀୟ ସେନା ଉପରେ ଆକ୍ରମଣ ଚୀନ୍‌ ସରକାରର ଯୋଜନାବଦ୍ଧ ଷଡ଼ଯନ୍ତ୍ର ଆମେରିକା ରିପୋର୍ଟ ଦେଇଛି। ୧୯୬୭ ପରେ ଏଭଳି ବଡ଼ ସାମରିକ ହିଂସା ସୃଷ୍ଟି କରି ଚୀନ୍‌ ଆମେରିକାକୁ ପରୋକ୍ଷରେ ଧମକ ଦେବାକୁ ଚେଷ୍ଟା କରୁଛି। ଦକ୍ଷିଣ ଚୀନ୍‌ ସାଗରରେ ଆମେରିକାର ଉପସ୍ଥିତିକୁ ତୀବ୍ର ବିରୋଧ କରୁଥିବା ଚୀନ୍‌ ଏବେ ଭାରତ ଉପରେ ଚାପ ସୃଷ୍ଟି କରି ଭାରତକୁ ଏହି ମାମଲାରେ ନିରବ ରହିବାକୁ ବାଧ୍ୟ କରିବାକୁ ଚାହୁଁଛି। ଚୀନ୍‌ କରୋନା ସତ୍ତ୍ବେ ନିଜର ସାମରିକ ବଜେଟ୍‌ ବଢ଼ାଇ ୧୮୦ ବିଲିୟନ ଡଲାରରେ ପହଞ୍ଚାଇଛି ଏବଂ ଆମେରିକା ପାଇଁ ଏହା ବଡ଼ ଚ୍ୟାଲେଂଜ ହୋଇଛି। ଚୀନ୍‌ର ନୌସେନା ଶକ୍ତି ଏବେ ଆମେରିକାକୁ ଟପି ଯାଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ମହାଶକ୍ତି ଚୀନ୍‌ ଏବେ ନିଜ ସାମରିକ ଶକ୍ତିର ପରିଚୟ ପୂରା ବିଶ୍ବକୁ ଦେବାକୁ ଚାହୁଁଛି। ଏହାକୁ ଦୃଷ୍ଟିରେ ରଖି ଆମେରିକା ଏବେ ତାଇୱାନକୁ ଯୁଦ୍ଧ ବିମାନ ଓ ଅନ୍ୟ ଯୁଦ୍ଧାସ୍ତ୍ର ବିକ୍ରି କରିବାକୁ ଚାହୁଁଛି।

Related posts

ଦିଲ୍ଲୀର ଦୁଇ ପୃଥକ ସ୍ଥାନରେ ଅଗ୍ନିକାଣ୍ଡ, ୧ ମୃତ

mahabharatanews

ଭାରତ ସୀମାରେ ଉଡୁଛି ପାକିସ୍ତାନୀ ଯୁଦ୍ଧ ବିମାନ

mahabharatanews

ଦଳ ହିତଠୁ ଉଚ୍ଚରେ ଦେଶ ହିତ: ପ୍ରଧାନମନ୍ତ୍ରୀ

mahabharatanews