ଓଡିଶା

ପ୍ରଥମେ ଟ୍ରକ୍‌ ଡ୍ରାଇଭରଙ୍କୁ ଦୁର୍ବୃତ୍ତମାନେ ମଦ ପିଆଇ ମାତାଲ କଲେ; ପରେ ପୋଲ ଉପରୁ ଠେଲି ଦେଇଥିଲେ

ଜଗତସିଂହପୁର: ଅଭୟଚାନ୍ଦପୁର ଥାନା ଅଧୀନରେ ଘଟିଥିବା ବହୁଚର୍ଚ୍ଚିତ ଟ୍ରକ୍ ଚାଳକଙ୍କୁ ହତ୍ୟା ମାମଲାରେ ପୁଲିସକୁ ବଡ଼ ସଫଳତା ମିଳିଛି। ଏହି ମାମଲାରେ ପୁଲିସ ୫ ଜଣ ହୁକୁମ ସିଂ, ହରପାଲ ସିଂ, ଅମଜାଦ ଖାଁ, ଯୋଗେଶ୍ବର ବାରିକ ଓ ଏସକେ ବିଲାଲଉଦ୍ଦିନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ଚୋରି ପାଇଁ ଦୁର୍ବୃତ୍ତମାନେ ଅନେକ ଉପାୟ ଆପଣାଇ ଥାନ୍ତି। ଏପରିକି ଜଣକର ଜୀବନ ନେବାକୁ ମଧ୍ୟ ପଛାଇ ନଥାନ୍ତି। ଯାହାର ଏକ ଉଦାହରଣ ଦେଖିବାକୁ ମିଳିଛି ପାରାଦୀପରେ।
ସୂଚନା ଅନୁସାରେ, ଗତ ଅଗଷ୍ଟ ମାସରେ ଉତ୍ତରପ୍ରଦେଶର ସାହଦବ ଟ୍ରକ୍‌ରେ ମାଲ୍‌ ଆଣି ପାରାଦୀପ ଆସିଥିଲେ। ହୁକୁମ ସିଂ ଓ ହରପାଲ ସିଂ ନାମକ ୨ ଜଣ ବ୍ୟକ୍ତି ସାହଦବଙ୍କୁ ପ୍ରଚୁର ମଦ ପିଆଇ ଅଗଷ୍ଟ ୨୧ ତାରିଖ ରାତିରେ ଭୂତମୁଣ୍ଡାଇ ପୋଲ ଉପରୁ ମହାନଦୀକୁ ଠେଲି ଦେଇଥିଲେ। ଏହାପରେ ସେମାନେ ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗାର ଜଣେ ଢାବା ମାଲିକଙ୍କୁ ୪ ଲକ୍ଷ ୬୦ ହଜାର ଟଙ୍କାରେ ବିକି ଦେଇଥିଲେ। ହୁକୁମ ଓ ହରପାଲ୍‌ ଉତ୍ତରପ୍ରଦେଶର ହୋଇଥିବା ବେଳେ ଉଭୟ ଟ୍ରକ୍‌ ଡ୍ରାଇଭର ବୋଲି ଜଣାପଡ଼ିଛି।

Related posts

ରାଜ୍ୟରେ କରୋନାଜନିତ ମୃତ୍ୟୁ ୧୬୨୫କୁ ବୃଦ୍ଧି

mahabharatanews

ସତ୍ୟବାଦୀରେ ସ୍ୱେଚ୍ଛାସେବୀ ସଂଗଠନର ବୃକ୍ଷ ରୋପଣ

mahabharatanews

ହଜିଗଲା ମାନବିକତା

mahabharatanews