Uncategorized

ନିରାଡମ୍ବର ଭାବେ ଜାତୀୟ ଅଗ୍ନିସେବା ଶହୀଦ ଦିବସ ପାଳିତ

(ମହାଭାରତ/ଭୁବନେଶ୍ୱର): ଆଜି ହେଉଛି ଜାତୀୟ ଅଗ୍ନିସେବା ଶହୀଦ ଦିବସ । ପୂର୍ବ ବର୍ଷ ତୁଳନାରେ ଚଳିତ ବର୍ଷ ଏହାକୁ ଆଡମ୍ବରରେ ପାଳନ ନ କରି ସାମଜିକ ଦୁରତା ଅବଲମ୍ବନ କରିବାକୁ ବେଶ ନିରାଡମ୍ବର ଭାବେ ପାଳନ କରାଯାଇଛି । ବର୍ତ୍ତମାନର କୋଭିଡ-୧୯ ମୁକାବିଲା ପାଇଁ ଅଗ୍ନିଶମ କର୍ମଚାରୀମାନେ ବିଭିନ୍ନ ଅଞ୍ଚଳର ସାନିଟାଇଜେସନରେ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ପ୍ରତି ବର୍ଷ ଆଜିର ଦିନକୁ ଅଗ୍ନିଶମ ବିଭାଗ ବେଶ ଜାକଜମକରେ ପାଳନ କରିଥାଏ । ୧୯୪୪ ମସିହା ଆଜିର ଦିନରେ ବମ୍ବେରେ ଏକ ଭୟଙ୍କର ଅଗ୍ନିକାଣ୍ଡ ହୋଇଥିଲା । ଏହି ଅଗ୍ନିକାଣ୍ଡରେ ୬୬ ଜଣ ଅଗ୍ନିଶମ କର୍ମଚାରୀଙ୍କ ଜୀବନ ହାନୀ ଘଟିଥିଲା । ଏହା ପରେ ପ୍ରତିବର୍ଷ ଏହି ଦିନଟିକୁ ଅଗ୍ନିଶମ ଶହୀଦ ଦିବସ ଭାବେ ପାଳନ କରାଯାଇ ଆସୁଛି । ଏହା ବ୍ୟତୀତ ୧୪ ଏପ୍ରିଲରୁ ୨୧ ଏପ୍ରିଲ ଏକ ସପ୍ତାହ ଧରି ଅଗ୍ନିଶମ ସପ୍ତାହ ଭାବେ ପାଳିତ ହୋଇଥାଏ । କିନ୍ତୁ ଚଳିତ ବର୍ଷ କରୋନା ସଂକ୍ରମଣ ମଧ୍ୟରେ ଏହି ଦିବସରୁ ନିରାଡମ୍ବର ଭାବେ ପାଳନ କରାଯାଇଛି ।

Related posts

ନୂଆ ରାଜନୈତିକ ଦଳ ଗଢିବେ ରଜନୀକାନ୍ତ

mahabharatanews

କରୋନା ଭୂତାଣୁ ସମ୍ପର୍କରେ ତଥ୍ୟ ଲୁଚାଇଥିଲା ଚୀନ ସରକାର

mahabharatanews

ରାଜଦୀପଙ୍କ ବିରୋଧରେ ଅବମାନନା ମାମଲାକୁ ଅସ୍ୱୀକାର କଲେ ସୁପ୍ରିମ କୋର୍ଟ

mahabharatanews

Leave a Comment