ନୂଆଦିଲ୍ଲୀ: ଶୁକ୍ରବାର ଦିନ ନେପାଳ ସୀମାନ୍ତକୁ ଲାଗିଥିବା ବିହାର ସୀତାମାଢ଼ି ଜିଲ୍ଲାରେ ନେପାଳ ପୁଲିସ ଗୁଳିରେ ଜଣେ ଭାରତୀୟଙ୍କ ମୃତ୍ୟୁ, ୪ ଆହତ । ମୃତକ ହେଲେ୨୫ ବର୍ଷିୟ ବିକେଶ କୁମାର ରାୟ । ସୋନବର୍ଷା ଥାନା ଅଧୀନ ପିପ୍ରା ପରସୈନ୍ ପଞ୍ଚାୟତ ଅଧୀନ ଲାଲବନ୍ଦୀ-ଜାନକୀ ନଗର ସୀମାନ୍ତରେ କିଛି ଭାରତୀୟ ଏବଂ ନେପାଳ ପୁଲିସ କର୍ମଚାରୀଙ୍କ ମଧ୍ୟରେ ସଂଘର୍ଷ ଉପୁଜିବାରୁ ଗୁଳିକାଣ୍ଡ ଘଟିଥିଲା। ଏହି ଘଟଣାକୁ ନେଇ ପୁଲିସ ମୁଖ୍ୟାଳୟର ଅତିରିକ୍ତ ମହାନିର୍ଦେଶକ ଜିତେନ୍ଦ୍ର କୁମାର କହିଛନ୍ତି, ଗୁଳିକାଣ୍ଡ ଘଟିଥିବା ସ୍ଥାନଟି ନେପାଳ ସୀମା ମଧ୍ୟରେ ଅବସ୍ଥିତ । ସମସ୍ତ ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
previous post
