Uncategorized

ପଶ୍ଚିମବଙ୍ଗ ନିର୍ବାଚନୀ ହିଂସା: ୬ ଜଣ ଅଟକ

କୋଲକାତା: ପଶ୍ଚିମବଙ୍ଗ ନିର୍ବାଚନୀ ହିଂସାକୁ ନେଇ ସୋମବାର ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ପହଞ୍ଚିଛି ସିବିଆଇ । ସିବିଆଇର ଏକ ଟିମ୍ କୋଲକାତା ସ୍ଥିତି ହାୱାଡା ପହଞ୍ଚି ପୀଡିତଙ୍କୁ ଭେଟିଛନ୍ତି। ମାମଲାରେ ସିବିଆଇ ଟିମ୍ ୬ଜଣଙ୍କୁ ଅଟକ ରଖିଥିବା ସୂଚନା ମିଳିଛି। ଏଥିସହ କୋଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ରାଷ୍ଟ୍ରୀୟ ମାନବାଧିକାର ଆୟାଗକୁ ଚିଠି ଲେଖି ସିବିଆଇ ନିର୍ବାଚନୀ ପରବର୍ତ୍ତୀ ହିଂସା ମାମଲାର ରେକର୍ଡ ମାଗିଛି।
ନିର୍ବାଚନୀ ହିଂସା ମାମଲାରେ ସିବିଆଇ ବର୍ତ୍ତମାନ ପର୍ଯ୍ୟନ୍ତ ପଶ୍ଚିମ ବଙ୍ଗରେ ତିନି ଡଜନ୍ରୁ ଅଧିକ ଏଫ୍ଆଇଆର୍ ରୁଜୁ କରିସାରିଛି ଓ ତିନୋଟି ପୃଥକ ପୃଥକ ମାମଲାରେ ଅଭିଯୋଗ ପତ୍ର ଦାଖଲ କରିଛି। ସିବିଆଇ ଅଧିକାରୀଙ୍କ କହିବା ମୁତାବକ, ଏପରି କିଛି ମାମଲା ରହିଛି, ଯାହାର ରେକର୍ଡ ଏଯାଏଁ ବଙ୍ଗଳା ପୁଲିସ ଠାରୁ ମିଳୁନାହିଁ। ଅନେକ ହିଂସା ପୀଡିତ ସିଧାସଳଖ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ କରିଛନ୍ତି। ସିବିଆଇ ସେହି ମାମଲାଗୁଡ଼ିକର ରିପୋର୍ଟ ତଲବ କରିଛି।

 

Related posts

ଗମ୍ଭୀରଙ୍କ ଫାଉଣ୍ଡେସନ ବିରୋଧରେ କାର୍ୟ୍ୟାନୁଷ୍ଠାନ ଉପରେ ରୋକ୍ ଲଗାଇବାକୁ ସୁପ୍ରିମକୋର୍ଟଙ୍କ ମନା

mahabharatanews

ଜଷ୍ଟିସ ମୁରଲିଙ୍କ ଦିଲ୍ଲୀ ହିଂସା ଶୁଣାଣି କାଳରେ ବଦଳି

mahabharatanews

ଜମ୍ମୁରୁ ବିପୁଳ ପରିମାଣର ଗୁଳିଗୁଳା ଜବତ

mahabharatanews