ଓଡିଶା

‘ପ୍ରଜାମଣ୍ଡଳ’ ପାଳିଲା ୮୪ତମ ଜନ୍ମଜୟନ୍ତୀ

ଅନୁଗୁଳ /ଜ୍ୟୋତିରଞ୍ଜନ ଧର : ଅନୁଗୁଳ ଜିଲ୍ଲା ତାଳଚେର ସ୍ୱାଧୀନତା ସଂଗ୍ରାମୀ ଟ୍ରଷ୍ଟ, କଣିହାଁ ଆନୁକୂଲ୍ୟରେ ସୋମବାର ‘ପ୍ରଜାମଣ୍ଡଳ’ ୮୪ତମ ଜନ୍ମଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି । ଟ୍ରଷ୍ଟ ସଭାପତି ନୃସିଂହ ବରାଳଙ୍କ ସଭାପତିତ୍ବରେ ଆୟୋଜିତ କାର୍ୟ୍ୟକ୍ରମରେ ଢେଙ୍କାନାଳ ସାଂସଦ ମହେଶ ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । ଏବଂ ଏହି ଜୟନ୍ତରେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ପାଳଲହଡା ବିଧାୟକ ମୁକେଶ ପାଳ, ବରିଷ୍ଠ ସ୍ୱାଧୀନତା ସଂଗ୍ରାମୀ ଈଶ୍ୱର ଚନ୍ଦ୍ର ବିଶ୍ୱାଳ, ଏନଟିପିସି କଣିହାଁ ପ୍ରକଳ୍ପ କାର୍ୟ୍ୟନିର୍ବାହୀ ନିର୍ଦେଶକ ଭି.କେ. ଶ୍ରୀନିବାସ, ଟ୍ରଷ୍ଟ ସମ୍ପାଦକ ନିର୍ମଳ ସାହୁ ପ୍ରମୁଖ ସମ୍ମାନିତ ଅତିଥିରୂପେ ଯୋଗଦାନ କରିଥିଲେ । ଉପସ୍ଥିତ ଅତିଥି ମାନଙ୍କ ପକ୍ଷରୁ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଓ ସହୀଦ ଯବାନଙ୍କ ପରିବାର ସଦସ୍ୟଙ୍କୁ ସମ୍ମାନିତ କରାଯାଇଥିଲା । ପୂର୍ବତନ କଣିହାଁ କଲେଜ ଅଧକ୍ଷ ଡ଼କ୍ଟର ପୂର୍ଣ୍ଣିଚନ୍ଦ୍ର ପ୍ରଧାନ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।

 

Related posts

ଜଳିଗଲା ବସ୍‌, ସମସ୍ତ ଯାତ୍ରୀ ସୁରକ୍ଷିତ

mahabharatanews

ଆଜି ୪ ଘଣ୍ଟା ବନ୍ଦ ରହିବ ଶ୍ରୀଜୁଉ ଦର୍ଶନ 

mahabharatanews

ଆଜି ହାଇକୋର୍ଟର ବିଚାରପତି ଭାବେ ଶପଥ ନେବେ ସଞ୍ଜୀବ କୁମାର ପାଣିଗ୍ରାହୀ 

mahabharatanews