ଭାରତ

 ଜି-୨୦ ସମ୍ମିଳନୀ: ୧୦ ଯାଏଁ ସ୍କୁଲ୍‌ ଏବଂ ସରକାରୀ ଅଫିସ ବନ୍ଦ 

(ଦିଲ୍ଲୀ) : ଆସନ୍ତା ସପ୍ତାହରେ ଦିଲ୍ଲୀରେ ଜି-୨୦ ସମ୍ମିଳନୀ ଆରମ୍ଭ ହେବ। ଭାରତ ଅଧ୍ୟକ୍ଷତାରେ ଆୟୋଜିତ ଚଳିତ ବର୍ଷର ଜି-୨୦ ସମ୍ମିଳନୀ‌ରେ ପ୍ରମୁଖ ବିଶ୍ବ ନେତାମାନେ ଯୋଗଦେବେ। ଏଥିପାଇଁ ସ୍ବତନ୍ତ୍ର ପ୍ରସ୍ତୁତି ଚାଲିଛି। ସବୁଠାରୁ ବଡ କଥା ହେଉଛି ସୁରକ୍ଷା ପାଇଁ ୧ ଲକ୍ଷ ୩୦ ହଜାର ସୁରକ୍ଷାକର୍ମୀ ମୁତୟନ ହେବେ। ଏଥିପାଇଁ ସେପ୍ଟେମ୍ବର ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ସମସ୍ତ ସ୍କୁଲ୍‌ ଏବଂ ସରକାରୀ ଅଫିସ ବନ୍ଦ ଘୋଷଣା କରାଯାଇଛି।

ସୂଚନାନୁଯାୟୀ , ଏହା ଏକ ଐତିହାସିକ ମୁହୂର୍ତ୍ତ। ପ୍ରମୁଖ ହୋଟେଲଗୁଡ଼ିକ‌ରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯିବ। କାର୍ଯ୍ୟସ୍ଥଳରେ ସିକ୍ୟୁରିଟି କଣ୍ଟ୍ରୋଲ ରୁମ୍‌ ସ୍ଥାପନ କରାଯିବ। ସମସ୍ତ ବର୍ଡର ସିଲ୍‌ କରାଯିବ। ସରକାର ବିଶ୍ବ ନେତାମାନଙ୍କୁ ନେବା ଆଣିବା କରିବାପାଇଁ ୧୮ କୋଟି ଟଙ୍କା ବିନିମୟରେ ୨୦ଟି ବୁଲେଟ ପ୍ରୁଫ୍‌ ଲିମୋସିନ୍‌ ଲିଜ୍‌ରେ ନେଇଛନ୍ତି।

Related posts

ଇଣ୍ଡୋନେସିଆ ପାଇଁ ଭାରତରେ ବୃଦ୍ଧି ପାଇବା ତୈଳ ଦର

mahabharatanews

ଫାଇଟର୍‌ ପ୍ଲେନରେ ଉଡ଼ିଲେ ପ୍ରଧାନମନ୍ତ୍ରୀ ମୋଦି 

mahabharatanews

ଆଜି ଅଟଳ ବିହାରୀ ବାଜପେୟୀଙ୍କ ୯୯ ତମ ଜନ୍ମ ଜୟନ୍ତୀ

mahabharatanews