ଓଡିଶା

ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ମାନସିକ ରୋଗୀ ଶିବିର

(ମହାଭାରତ, ପାଟଣା): ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ମାନସିକ ରୋଗୀ ଚିକିତ୍ସା ଅନୁଷ୍ଠିତ ହୋଇଯାଇଛି । ସମୁଦାୟ ୪୫ ଜଣ ମାନସିକ ରୋଗୀ ଏହି ଶିବିରରେ ଯୋଗ ଦେଇଥିଲେ । କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରୁ ଆସିଥିବା ବିଶେଷଜ୍ଞ ଡାକ୍ତର ସୁଶାନ୍ତ କୁମାର ମାଗି ରୋଗୀମାନଙ୍କ ଚିକିତ୍ସା କରିଥିଲେ । ଏହି ଶିବିରରେ ମାନସିକ ରୋଗୀମାନଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ ପରେ ମାଗଣାରେ ଔଷଧ ପ୍ରଦାନ କରାଯାଇଥିଲା । ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ବିପିଏମ ଦୀପକ କୁମାର ନାଏକ, ମହିଳା ସ୍ୱାସ୍ଥ୍ୟକର୍ମୀ ସରୋଜିନୀ ସେଠୀ, ଭାଗରଥୀ ବେହେରା, ତପନ ଜେନା, ବିରଞ୍ଚି ନାରାରାୟଣ ପଣ୍ଡା ଓ ରଞ୍ଜିତା ମହାନ୍ତି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି ଶିବିରରେ ୧୧ ଜଣ ନୂତନ ମାନସିକ ରୋଗୀ ନିଜର ଚିକିତ୍ସା କରାଇଥିଲେ ।

Related posts

‘ହଇଜା ସ୍ଥିତି ନିୟନ୍ତ୍ରଣାଧିନ’ : ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

mahabharatanews

ଓଡିଶା ଆସି ଶିମିଳିପାଳ ଯିବେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ

mahabharatanews

ଆସନ୍ତାକାଲି ପ୍ରବଳ ବର୍ଷା ସମ୍ଭାବନା, ୬ ଜିଲ୍ଲାକୁ ରେଡ୍‌ ଓ୍ଵାର୍ଣ୍ଣିଂ ଜାରି  

mahabharatanews