(ବିଶାଖାପାଟଣା) : ବିଶାଖାପାଟଣାରୁ ଭବାନୀପାଟଣା ଆସୁଥିବା ପାସେଞ୍ଜର ଟ୍ରେନ୍ ହେଲା ଲାଇନଚ୍ୟୁତ । କତବାଲାସା ନିକଟରେ ପାସେଞ୍ଜର ଟ୍ରେନ୍ର ଇଞ୍ଜିନ ହୋଇଛି ଲାଇନଚ୍ୟୁତ । ଲୋକୋ ପାଇଲଟ ସାମାନ୍ୟ ଆହତ, ଅନ୍ୟ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣା ପଡ଼ିଛି ।
ସୂଚନାନୁସାରେ, ଟ୍ରେନ୍ ନମ୍ବର ୦୮୫୦୪ ବିଶାଖାପାଟଣାରୁ ଭବାନୀପାଟଣା ଅଭିମୁଖେ ବାହାରିଥିଲା । ସନ୍ଧ୍ୟା ପ୍ରାୟ ୭ଟା ସମୟରେ କତବାଲାସା ନିକଟରେ ଟ୍ରେନ୍ର ଇଞ୍ଜିନ ଲାଇନଚ୍ୟୁତ ହୋଇଥିଲା । ବିଶାଖାପାଟଣା-ଭବାନୀପାଟଣା ପାସେଞ୍ଜର ଟ୍ରେନ୍ ରବିବାର ସନ୍ଧ୍ୟା ୬ଟାରେ ବିଶାଖାପାଟଣା ଛାଡିଥିଲା । କୋତାବାଲସା ଷ୍ଟେଶନରେ ୬ଟା ୪୮ ମିନିଟ୍ରେ ପହଞ୍ଚି ଷ୍ଟେଶନ ଛାଡିଥିଲା । ତେବେ ପ୍ଲାଟଫର୍ମରୁ ଦୁଇ ନମ୍ବର ରୁଟ୍ରେ ଯିବା ବେଳେ ହଠାତ ଟ୍ରେନ୍ ଲାଇନଚ୍ୟୁତ ହୋଇଥିଲା । ଟ୍ରେନର ଇଞ୍ଜିନ ସହିତ ଆଉ ଦୁଇଟି ଯାତ୍ରୀବାହୀ ବଗିରେଳ ଧାରଣାରୁ ତଳକୁ ଖସିପଡ଼ିଥିଲା । ବିଶାଖାପାଟଣା ରେଳ ଡିଭିଜନ କାର୍ଯ୍ୟାଳୟଠାରୁ ରିଲିଫ ଟିମ ଘଟଣାସ୍ଥଳରେ ପହଞ୍ଚି ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ କରୁଥିବା ରେଳ ବିଭାଗ ପକ୍ଷରୁ ସୂଚନା ମିଳିଛି । ବଗି ଲାଇନ ଚ୍ୟୁତ ହେବାରୁ ଟ୍ରେନ୍ର ଲୋକୋ ପାଇଲଟ ସାମାନ୍ୟ ଆହତ ହୋଇଥିଲେ । କିନ୍ତୁ ଅନ୍ୟ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି ।