ଓଡିଶା

ପୁଅର ଉଦ୍ଧାର ପାଇଁ ବାପାଙ୍କ କରୁଣ ପ୍ରାର୍ଥନା

ନୀଳଗିରି଼: ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଅଧୀନ ଔପଦା ବ୍ଲକ ଢ଼ୋଲପୁର ଗ୍ରାମର କେଶବ ଚନ୍ଦ୍ର ନାୟକଙ୍କ ପୁଅ କମଳାକାନ୍ତ ନାୟକ ପରିବାର ପ୍ରତିପୋଷଣ ପାଇଁ ଆନ୍ଧ୍ରପ୍ରଦେଶ ଚିତ୍ତୋର ଜିଲାର ଏକ ଗ୍ରାନାଇଟ୍ କମ୍ପାନୀରେ କାମ କରିବାକୁ ଯାଇ ସେଠାରେ ଫଶି ରହିଛନ୍ତି । “କରୋନା’ ଭୟ ଯୋଗୁ କମ୍ପାନୀ ବନ୍ଦ ହୋଇଯାଇଛି । ସେଠାରେ ଶ୍ରମିକଙ୍କୁ ଚଳିବା ପାଇଁ କମ୍ପାନୀ ଟଙ୍କା ପ୍ରଦାନ କରିନାହିଁ କିମ୍ବା ପ୍ରାପ୍ୟ ଦେଇନାହିଁ । ଫଳରେ କମଳାକାନ୍ତଙ୍କ ସମେତ ଅନ୍ୟମାନେ ଭୋକ ଉପାସରେ ରହି ଜୀବନ ବିକଳରେ ଟେଲିଫୋନ୍ କରି ନିଜ ପରିବାରକୁ ଏ ବିଷୟରେ ଜଣାଇଥିଲେ । କମଳାକାନ୍ତଙ୍କ ବୃଦ୍ଧ ପିତା, ଗ୍ରାମବାସୀ ନିରଞ୍ଜନ ବାରିକ, ନିର୍ମାଲ୍ୟ ପ୍ରଧାନ, ରବୀନ୍ଦ୍ର ନାୟକ ପ୍ରମୁଖ ସୋମବାର ମିଳିତ ଭାବେ ଉପଜିଲାପାଳ ହରିଶ୍ଚନ୍ଦ୍ର ଜେନାଙ୍କୁ ଭେଟି କମଳାକାନ୍ତଙ୍କୁ ଫେରାଇ ଆଣିବା ପାଇଁ ଗୁହାରି କରିଛନ୍ତି ।

Related posts

ରାଜନୈତିକ ଶତୃତାକୁ ନେଇ ଦୁଇ ଯୁବକଙ୍କୁ ଆକ୍ରମଣ, ଜଣେ ମୃତ, ଜଣେ ଗୁରୁତର

mahabharatanews

୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

mahabharatanews

ହାତୀ ଆକ୍ରମଣରେ ୨ଗୁରୁତର ଆହତ 

mahabharatanews