Uncategorized

ପୁଣି ଚର୍ଚ୍ଚାରେ ଗଜନୀ

(ମହାଭାରତ): ୨୦୦୮ରେ ରିଲିଜ ହୋଇଥିବା ହିଟ୍ ଫିଲ୍ମ ‘ଗଜନୀ’ର ସିକ୍ୱେଲ ତିଆରି ହେବ । ଆଉ ଏଥିରେ ପୁଣି ଆମୀରଙ୍କୁ ଦେଖିବାକୁ ମିଳିବ । ସେ ତାଙ୍କ ଜନ୍ମଦିନରେ ଏ ବିଷୟରେ ଘୋଷଣା କରିପାରନ୍ତି । ଏଭଳି ଚର୍ଚ୍ଚାର ସୂତ୍ରପାତ ହୋଇଛି ରିଲାଏନ୍ସ ଏଣ୍ଟରଟେନମେଣ୍ଟର ଏକ ଟ୍ୱିଟରୁ । ଏହାର ଅଫିସିଆଲ ଟ୍ୱିଟର ଏକାଉଣ୍ଟରେ ଦୁଇ ଦିନ ତଳେ ଅର୍ଥାତ୍ ୧୦ ତାରିଖରେ ହୋଇଥିବା ଏକ ପୋଷ୍ଟରେ ‘ଗଜନୀ’ ଲେଖାଅଛି । ଏଥିରେ ଲେଖା ହୋଇଛି ଏହି ପୋଷ୍ଟଟି ବୋଧହୁଏ ଗଜନୀ ବିଷୟରେ ଥିଲା, ହେଲେ ଆମେ ଭୁଲିଗଲୁ ଯେ ଆମେ କ’ଣ ତିଆରି କରିବାକୁ ଚାହୁଁଛି । ଆଉ ଏହାର କ୍ୟାପସନରେ ଲେଖାଯାଇଛି ଯେ ଏଥିପାଇଁ ଗଜନୀ ଦାୟୀ ! କେବଳ ସେତିକି ନୁହେଁ, ଏହି ପୋଷ୍ଟରେ ଆମୀରଙ୍କୁ ମଧ୍ୟ ଟ୍ୟାଗ୍ କରାଯାଇଛି ।

ଯେଉଁମାନେ ‘ଗଜନୀ’ ଫିଲ୍ମ ଦେଖିଥିବେ, ସେମାନେ ଏହି ପୋଷ୍ଟଟିକୁ ବୁଝିଥିବେ । କାରଣ ‘ଗଜନୀ’ରେ ଆମୀରଙ୍କୁ ସର୍ଟ ଟର୍ମ ମେମୋରି ଲସର ସମସ୍ୟା ଥିଲା । ସେ ସବୁକିଛି ଭୁଲି ଯାଉଥିଲେ । ତେଣୁ ଏହି ପୋଷ୍ଟକୁ ଦେଖିବା ପରେ କଳ୍ପନା ଜଳ୍ପନା ଆରମ୍ଭ ହୋଇଯାଇଛି । ପ୍ରାୟ ସମସ୍ତେ ଭାବୁଛନ୍ତି ଯେ ଏହାର ସିକ୍ୱେଲ ଆସିବ ।

Related posts

ଷ୍ଟେସନରେ ଠିଆ ହୋଇଥିବା ଟ୍ରେନ୍‌ରେ ଭୟାବହ ଅଗ୍ନିକାଣ୍ଡ

mahabharatanews

ଅତିଥିଙ୍କ ପାଇଁ ପ୍ରସ୍ତୁତ କରନ୍ତୁ ବେସନ ହାଲୱା

mahabharatanews

ଦାର୍ଜିଲିଂରେ ମମତାଙ୍କ ସିଏଏ ବିରୋଧୀ ରାଲି

mahabharatanews