Uncategorized

ପୁଣି ଫେରିବ ଟିକଟକ

ନୂଆଦିଲ୍ଲୀ: ବିଶ୍ୱ ବ୍ୟାପୀ ଯୁବବର୍ଗଙ୍କ ପସନ୍ଦର ଟିକଟକ୍ ପୁଣି ଥରେ ଭାରତରେ ଏଣ୍ଟ୍ରି କରିପାରିବା ନେଇ ଚର୍ଚ୍ଚା ହେଉଛି । ଶୁଣିବାକୁ ମିଳୁଛି କି ବିଶ୍ୱର ୪ର୍ଥ ଧନୀକ ବ୍ୟକ୍ତି ତଥା ରିଲାୟନ୍ସ ଇଣ୍ଡଷ୍ଟ୍ରିର ମାଲିକ ମୁକେଶ ଅମ୍ବାନୀ ଏହି ଆପକୁ ଭାରତୀୟ ବ୍ୟବସାୟ କିଣିବେ ।
ଟିକଟକର ପ୍ୟାରେଣ୍ଟ କମ୍ପାନୀ ବାଇଟଡାନ୍ସ ଏବଂ ମୁକେଶ ଅମ୍ବାନୀଙ୍କ ମାଲିକାନାରେ ଥିବା ରିଲାୟନ୍ସ ଇଣ୍ଡଷ୍ଟ୍ରିସ୍ ଲିମିଟେଡ ମଧ୍ୟରେ କଥାବାର୍ତ୍ତା ଚାଲିଛି। ରିଲାୟନ୍ସ ଏବଂ ଟିକଟକ ତରଫରୁ ଏବେ ଏବିଷୟରେ କୌଣସି ପ୍ରତିକ୍ରିୟା ଦିଆଯାଇନାହିଁ। ଗତ ଜୁଲାଇ ମାସରେ ଭାରତ ସରକାର ଟିକଟକ୍ ସମେତ ୫୯ଟି ଚାଇନିଜ ଆପକୁ ବ୍ୟାନ୍ କରି ଦେଇଥିଲେ। ବ୍ୟାନ୍ ସମୟରେ ଟିକଟକର ୩୦ପ୍ରତିଶତ ୟୁଜର ଭାରତୀୟ ଥିଲେ ଏବଂ ଏହାର ୧୦ପ୍ରତିଶତ ଆୟ ଭାରତରୁ ହେଉଥିଲା। ୨୦୨୦ଅପ୍ରେଲ ଯାଏଁ ଗୁଗଲ ପ୍ଲେ ଷ୍ଟୋରରୁ ଟିକଟକର ୨ଆରବ ଡାଉନଲୋଡ କରାଯାଇଥିଲା। ଏଥିରୁ ପାଖାପାଖି ୩୦.୩ପ୍ରତିଶତ କିମ୍ବା ୬୧.୧କୋଟି ଭାରତରୁ ଡାଉନଲୋଡ ହୋଇଥିଲା।

Related posts

କରୋନାରେ ପ୍ରଥମ ଭାରତୀୟ ଯୁବକଙ୍କ ମୃତ୍ୟୁ

mahabharatanews

ମହାରାଷ୍ଟ୍ର ମହାମେଣ୍ଟରେ ମତଭେଦ

mahabharatanews

୭ ମାସ ପରେ ମହାରାଷ୍ଟ୍ରରେ ଖୋଲିଲା ଧର୍ମାନୁଷ୍ଠାନ

mahabharatanews