ଅପରାଧଓଡିଶା

ପୁତୁରାର ଶାବଳ ମାଡରେ ଟଳିପଡିଲେ ବଡ ବାପା ଓ ମାଆ

(ରାଇରଙ୍ଗପୁର / ସତ୍ୟ ନାରାୟଣ ପାଲ) : ମୟୁରଭଞ୍ଜ ଜିଲ୍ଲା ତିରିଂ ଥାନା ଦେଉରାଇଡ଼ିହି ଗ୍ରାମରେ ଡବଲ ମର୍ଡର ,ପୁତୁରାର ଶାବଳ ମାଡରେ ବଡ ବାପା ଓ ବଡ଼ ମାର ମୃତ୍ୟୁ । ହତ୍ୟା ପରେ ଅଭିଯୁକ୍ତ ମାଝ ହାଁସଦା ତିରିଂ ଥାନାରେ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି ! ମୃତକ ବଡ ବାପା ହେଲେ ଯୋଗେନ୍ଦ୍ର ହାଁସଦା(୬୮) ଓ ବଡ଼ ମା ହେଲେ ନାନୀ ହାଁସଦା(୬୫) ! ସୂଚନା ଅନୁଯାୟୀ , ପାଣି ପମ୍ପ ବିକ୍ରିକୁ ନେଇ ଦୁଇ ଭାଇ ଯୋଗେନ୍ଦ୍ର ହାଁସଦା ଓ ସୁରାଇ ହାଁସଦା ମଧ୍ୟରେ ଦୀର୍ଘଦିନ ହେବ ଝଗଡା ଲାଗିରହୁଥିଲା । ଆଜି ମଧ୍ୟ ପାଣି ପମ୍ପ ବିକ୍ରି କଥା ଉଠାଇ ଯୋଗେନ୍ଦ୍ର ହାଁସଦା ସାନ ଭାଇ ସୁରାଇ ହାଁସଦାଙ୍କ ସହ ଝଗଡା ଆରମ୍ଭ ହୋଇଥିଲା । ବାପାଙ୍କ ସହ ବଡ଼ ବାପା ଝଗଡା ଲାଗୁଥିବା ଖବର ପାଇ ପୁତୁରା ମାଝୀ ହାଁସଦା ଉତକ୍ଷିପ୍ତ ହୋଇ ହୋଇ ଶାବଳରେ ବଡ଼ ବାପା ଓ ବଡ଼ ମାକୁ ହତ୍ୟା କରିଥିଲେ । ହତ୍ୟା ପରେ ଥାନାରେ ଆତ୍ମସମର୍ପଣ କରିଥିବା ବେଳେ ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ହସ୍ପିଟାଲ କୁ ପଠାଇ ଦେଇଛି । ଏବଂ ପୁଲିସ ଏହାର ତଦନ୍ତ ଚଲାଇଛି ।

 

Related posts

୨୪ ଘଣ୍ଟାରେ ଆଉ ୨୬୯୮ ନୂତନ କରୋନା ଚିହ୍ନଟ

mahabharatanews

୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ ପାଳନ

mahabharatanews

ହିଞ୍ଜିଳିକାଟୁ ପୌରାଞ୍ଚଳରେ ଚାରା ରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ

mahabharatanews