ଅପରାଧ

ପୁଲିସ ଗୁଳିରେ ଦୁଇ ଗ୍ୟାଙ୍ଗଷ୍ଟାରଙ୍କ ମୃତ୍ୟୁ

(ନୂଆଦିଲ୍ଲୀ) ; ଦୁଇ କୁଖ୍ୟାତ ଗ୍ୟାଙ୍ଗଷ୍ଟାରକୁ ଗୁଳି କଲା ପୁଲିସ । ଏହି ଘଟଣା ଘଟିଛି ଦିଲ୍ଲୀର ଖଜୁରି ଅଞ୍ଚଳରେ । ପୁଲିସର ଏନକାଉଣ୍ଟରରେ ଦୁଇ ଗ୍ୟାଙ୍ଗଷ୍ଟାରଙ୍କ ମୃତ୍ୟୁ ହୋଇଛି । ଏବଂ ସେମାନଙ୍କ ପାଖରୁ ୨ଟି ପିସ୍ତଲ , ୪ଟି ମାଗାଜିନ୍ , ୧୫ ରାଉଣ୍ଡ ଗୁଳି ଜବତ କରାଯାଇଥିବା ବେଳେ ସେମାନେ ଦୁଇ ଜଣ ବହୁ ହତ୍ୟା ଏବଂ ଡକାୟତି ମାମଲାରେ ଜଡ଼ିତ ଥିଲେ । ପୁଲିସ କହିବା ଅନୁସାରେ ଦୁଇ ଅପରାଧି ହେଲେ ଅମିର ଖାନ ଏବଂ ରାଜ ମାନ । ଅପରାଧୀଙ୍କ ଗୁଳିରେ ପୋଲିସ କନେଷ୍ଟବଳ ସଚିନ ଖୋକର ଏବଂ ଲଳିତ ତୋମାର ଆହତ ହୋଇଛନ୍ତି। ଗୁଇନ୍ଦା ସୂଚନା ପାଇବା ପରେ ପୋଲିସ ସେମାନଙ୍କୁ ଧରିବାକୁ ଜାଲ ବିଛାଇଥିଲା। କିନ୍ତୁ ସେମାନେ ଖସିଯିବା ପାଇଁ ପୋଲିସ ଉପରକୁ ଗୁଳି କରିଥିଲେ । ଏଥିରୁ ନିଜକୁ ରକ୍ଷା କରିବାକୁ ଯାଇ ପୋଲିସ ମଧ୍ୟ ଗୁଳି ଚଳାଇଥିଲା । ଏଥିରେ ଦୁଇ ଅପରାଧୀ ଅମିର ଖାନ ଏବଂ ରାଜ ମାନ ନିହତ ହୋଇଛନ୍ତି ବୋଲି ଦିଲ୍ଲୀ ପୋଲିସ ପକ୍ଷରୁ କୁହାଯାଇଛି। ସୂଚନା ଅନୁଯାୟି ଗୁରୁବାର ଭୋର ସମୟରେ ଏହି ଏନକାଉଣ୍ଟର ହୋଇଥିଲା । ଘଟଣା ସ୍ଥଳରେ ପୁଲିସ ପହଞ୍ଚିବାପରେ ପୂରା କଲୋନିକୁ ବୋମା ମାଡ଼ କରି ଉଡ଼ାଇବାକୁ ଧମକ ଦେବା ସହ ୧୫ ପରିବାରକୁ ନିଜ କବ୍ଜାରେ ରଖିଥିଲେ ବୋଲି ପୋଲିସ କହିଛନ୍ତି।

Related posts

ମୁଣ୍ଡଳୀ ବ୍ୟାରେଜ ଉପରୁ ମହାନଦୀକୁ ଡେଇଁଲେ ଯୁବକ

mahabharatanews

୧୫ ଲକ୍ଷ ଟଙ୍କାର ଧଳା ଜହର ଜବତ ! ଦୁଇ ଗିରଫ

mahabharatanews

ମାଙ୍କୁ ହତ୍ୟା କଲେ ଦୁଇ ଭଉଣୀ

mahabharatanews