ଓଡିଶା

ପୁଲୱାମା ସହିଦ ସ୍ମୃତି ଦିବସ ପାଳିତ

ପାଲଲହଡା: ୧୪ ଫେବୃଆରୀ ୨୦୧୯ ଭାଲେଣ୍ଟାଇନ ଡେରେ ଏକ ବିସ୍ଫୋରଣରେ ଫୁଲୱାମାଠାରେ ଏକ ଯବାନଙ୍କ ଭ୍ୟାନ ନଷ୍ଟ ହେବା ସହ ପ୍ରାୟ ୪୦ ଜଣ ଯବାନଙ୍କ ମୃତ୍ୟୁ ହୋଇଥିଲା । ଏହି ଦିନଟିକୁ ଯୁବପିଢ଼ି ଭାଲେଣ୍ଟାଇନ ଡେ ରୂପେ ଅତି ଧୁମ ଧାମରେ ପାଳନ କରୁଥିବା ବେଳେ କିନ୍ତୁ ଅନୁଗୁଳ ଜିଲ୍ଲା ପାଳଲହଡା ବ୍ଲକ ଖମାର ସ୍ଥିତ ଉକ୍ରଳ ମଣି ଗୋପବନ୍ଧୁ ମହାବିଦ୍ୟାଳୟରେ ଏହି ଦିବସକୁ ସହିତ ସ୍ମୃତି ଦିବସ ରୂପେ ପାଳନ କରାଯାଇଛି । ଦେଶକୁ ସୁରକ୍ଷା ଦେଉଥିବା ୪୦ ଜଣ ଯବାନଙ୍କ ବଳୀଦାନକୁ ମନେ ପକାଇବାକୁ ଯାଇ ଏହାକୁ ଭାରତର କଳା ଦିବସ ରୂପେ ପାଳନ କରାଯାଉଛି । ତେଣୁ ଭାଲେଣ୍ଟାଇନ ଡେକୁ ପ୍ରତ୍ୟାଖାନ କରି ଉକ୍ରଳ ମଣି ଗୋପବନ୍ଧୁ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଆଜି ଦିନକୁ ସହିଦ ଯବାନଙ୍କ ସ୍ମୃତି ଦିବସ ରୂପ ପାଳନ କରିଛନ୍ତି । ମହାବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ ସହିଦ ଯବାନଙ୍କ ଉଦ୍ଦେଶ୍ୟରେ ଦୀପ ପ୍ରଜ୍ୱଳନ କରି ଅମର ଆତ୍ମାର ଶାନ୍ତି ନିମନ୍ତେ ୫ ମିନିଟ ନିରବ ପ୍ରାର୍ଥନା କରିଥିଲେ । କଲେଜ ପ୍ରିନସିପାଲ ଓ ଅଧ୍ୟାପକମାନେ ଛାତ୍ରଛାତ୍ରୀଙ୍କୁ ବୀର ସହିଦଙ୍କ ବଳିଦାନ ଉପରେ ଅବଗତ କରାଇଥିଲେ । କଲେଜର ଅଧ୍ୟାପକ, ସମାଜ ସେବୀ, ବୁଦ୍ଧିଜୀବୀମାନେ ଏହାକୁ ସ୍ୱାଗତ କରିଛନ୍ତି । କଲେଜ ଛାତ୍ର ଛାତ୍ରୀ ମାନେ ଏହାକୁ ପ୍ରତ୍ୟେକ ବର୍ଷ ପୁଲବାମା ସହିଦ ଙ୍କ ସ୍ମୃତି ଦିବସ ରୂପେ ପାଳନ କରିବେ ବୋଲି କହିଛନ୍ତି ।

Related posts

ରାଜଧାନୀରେ ଘରେ ଲାଗିବ ଡିଜିଟାଲ ନମ୍ବର

mahabharatanews

ଏଗ୍ରିଷ୍ଟାକ ପଞ୍ଜିକରଣ ସହ ଧାନକିଣାର ନାହିଁ ସମ୍ପର୍କ

mahabharatanews

ହଟିଲା କଟକ ପଟାପୋଲ କଣ୍ଟେନମେଣ୍ଟ କଟକଣା

mahabharatanews