(ଦିଲ୍ଲୀ) : ପ୍ରଥମ କକ୍ଷ ପରିବର୍ତ୍ତନ କଲା ଆଦିତ୍ୟ L1 । ୧୬ ଦିନ ପୃଥିବୀ କକ୍ଷପଥରେ ଘୂରିବ । ଗତକାଲି ଦିନ ୧୧ଟା ୫୦ରେ ଶ୍ରୀହରିକୋଟାର ସତୀଶ ଧାୱନ ସ୍ପେସ୍ ସେଣ୍ଟରରୁ ଲଞ୍ଚ କରାଯାଇଛି ଆଦିତ୍ୟ L1 । ଉପଗ୍ରହ ଏବେ ସଠିକତାର ସହ ଆଗକୁ ବଢୁଛି । ପ୍ରାପ୍ତ ହୋଇଥିବା ନୂତନ କକ୍ଷପଥ ହେଉଛି 245 କିଲୋମିଟର x 22459 କିଲୋମିଟର । ସେପ୍ଟେମ୍ୱର ୦୫ ଦିବା ୦୩ ଟା ବେଳେ ଦ୍ଵିତୀୟ କକ୍ଷ ପରିବର୍ତ୍ତନ କରିବ ଆଦିତ୍ୟ L1 । ଏ ନେଇ ଇସ୍ରୋ ଏକସ ( ଟୁଇଟ) କରିଛି ।
ସୂଚନାନୁଯାୟୀ ,୫ଥର କକ୍ଷ ପରିବର୍ତ୍ତନ ସହ ଏହା ୧୬ ଦିନ ପୃଥିବୀ କକ୍ଷପଥରେ ଘୂରିବା । ୧୧୦ ଦିନର ଯାତ୍ରା ପରେ ଏଲ-ଓ୍ବାନ ବିନ୍ଦୁରେ ଆଦିତ୍ୟ L1କୁ ଅବସ୍ଥାପିତ କରାଯିବ । ଲଞ୍ଚିଂର ୪ ମାସ ପରେ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚିବ ଆଦିତ୍ୟ-L1 । ୨୦୨୪ ଜାନୁଆରୀରେ ତଥ୍ୟ ସଂଗ୍ରହ ଆରମ୍ଭ କରିବ ଆଦିତ୍ୟ-L1 । ତେବେ ଆଦିତ୍ୟ- L1 ସୂର୍ଯ୍ୟକୁ ଯିବ ନାହିଁ । ପୃଥିବୀଠାରୁ ସୂର୍ଯ୍ୟ ପର୍ଯ୍ୟନ୍ତ ଦୂରତା ପ୍ରାୟ 15 କୋଟି କିଲୋମିଟର । ଆଦିତ୍ୟ- L1 ମହାକାଶଯାନ ପୃଥିବୀଠାରୁ 1.5 ମିଲିୟନ୍ କିଲୋମିଟର ଦୂରରେ ଥିବା L1 ଅର୍ଥାତ୍ ଲାଗ୍ରେଞ୍ଜ୍ ପଏଣ୍ଟକୁ ଯିବ ଏବଂ ସେଠାରୁ ସୂର୍ଯ୍ୟଙ୍କୁ ଅଧ୍ୟୟନ କରିବା ସହ ତଥ୍ୟ ସଂଗ୍ରହ କରିବ ।
