ଭାରତ

ହସ୍ପିଟାଲରେ ସୋନିଆ ଗାନ୍ଧୀ 

(ଦିଲ୍ଲୀ) : ହସ୍ପିଟାଲରେ ଭର୍ତ୍ତି ହେଲେ କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ତାଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ ରହିଛି ଏବଂ ସେ ରୁଟିନ ଚେକଅପ ପାଇଁ ଯାଇଛନ୍ତି । କୌଣସି ଚିନ୍ତା ପରିବାର ନାହିଁ ବୋଲି ସ୍ପଷ୍ଟ ହୋଇଛି  ।

ସୂଚନାନୁଯାୟୀ , ଗତକାଲି ଶନିବାର ରାତିରେ ହଠାତ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହୋଇଯାଇଥିଲା । ତେବେ ତାଙ୍କୁ ଚିକିତ୍ସା ପାଇଁ ନୂଆଦିଲ୍ଲୀର ସାର୍‌ ଗଙ୍ଗା ରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହାପୂର୍ବରୁ ମାର୍ଚ୍ଚରେ ସୋନିଆ ଗାନ୍ଧୀ ଅସୁସ୍ଥ ଥିବାରୁ ସାର୍‌ ଗଙ୍ଗା ରାମ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ତେବେ ଗୋଟିଏ ଦିନ ପରେ ଜାରି ହୋଇଥିବା ମେଡିକାଲ ବୁଲେଟିନରେ ତାଙ୍କ ଅବସ୍ଥା ସ୍ଥିର ଥିବା ଏବଂ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା କୁହାଯାଇଥିଲା ।

 

Related posts

ଇସ୍ତଫା ଦେଲେ ପଞ୍ଜାବ ରାଜ୍ୟପାଳ

mahabharatanews

ସରିଲା ଦ୍ୱିତୀୟ ପର୍ଯ୍ୟାୟ ପ୍ରଚାର 

mahabharatanews

ଇଡି ଚାର୍ଜସିଟ୍‌ରେ ପ୍ରଥମ ଥର ପାଇଁ ପ୍ରିୟଙ୍କା ଗାନ୍ଧିଙ୍କ ନାମ  

mahabharatanews