Uncategorized

ପ୍ରଧାନମନ୍ତ୍ରୀଙ୍କ ସହ କେଜରିୱାଲଙ୍କ ଔପଚାରିକ ଭେଟ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଆଜି ପ୍ରଧ।।ନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସଂସଦ ଭବନରେ ମିଳିଛନ୍ତି । ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବା ପରେ ଏହା ପ୍ରଧାନମନ୍ତ୍ରୀଙ୍କୁ କେଜରିୱାଲଙ୍କ ପ୍ରଥମ ସ।।କ୍ଷାତ । ଏହି ସାକ୍ଷାତ ବହୁ ସମୟ ଧରି ଚାଲିଥିଲା । ସାକ୍ଷାତକାର ପରେ ଗଣମାଧ୍ୟମକୁ କେଜରିୱାଲ କହିଥିଲେ କି, ଏହା ଏକ ଔପଚାରିକ ସାକ୍ଷାତ ଥିଲ।।, ତେବେ ଦିଲ୍ଲୀ ହିଂସା ଓ କୋରୋନାକୁ ନେଇ ମଧ୍ୟ ଆଲୋଚନ ହୋଇଛି । ଏହା ପୂର୍ବରୁ କେଜରିୱାଲ ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ମଧ୍ୟ ଔପଚାରିକ ସାକ୍ଷତ କରିଥିଲେ । ଏହି ବୈଠକ ସମ୍ପର୍କରେ କେଜରିୱ।।ଲ ଟୁଇଟ କରି ଜଣାଇଥିଲେ ।

ସାକ୍ଷାତକାର ପରେ କେଜରିୱାଲ ଗଣମାଧ୍ୟମକୁ କହିଥିଲେ, ସେ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରି ଦିଲ୍ଲୀ ହିଂସାରେ ଯେଉଁମାନେ ଦୋଷୀ, ସେମାନଙ୍କ ବିରୋଧରେ କଠୋର ଦଣ୍ଡ ବିଧାନ ଦାବି କରିଥିଲେ । ଏହା ପରେ କୋରୋନା ଉପରେ ମଧ୍ୟ ଅ।।ଲୋଚନା ହୋଇଥିଲା । ସେ ଆଗକୁ କହିଥିଲେ, ଗତ ରବିବାର ରାତିରେ ହିଂସାକୁ ନେଇ ମିଛ ଖବର ପ୍ରସାରିତ ହେବା ପରେ ଦିଲ୍ଲୀ ପୁଲିସ ବେଶ ଦକ୍ଷତାର ସହ କାମ କରିଛି । ଯଦି ଦିଲ୍ଲୀ ପୁଲିସ ଏହି ଭାବରେ ଗତ ସୋମବାର ଓ ମଙ୍ଗଳବାର କାମ କରିଥାନ୍ତ।। ତେବେ ହିଂସା ବଢିନଥାନ୍ତା ।

Related posts

କରୋନା ସଂକ୍ରମିତ ହେଲେ ଟିମର ଷ୍ଟାର ଖେଳାଳି ରବିଚନ୍ଦ୍ରନ ଅଶ୍ୱିନୀ

mahabharatanews

ଆମେରିକାରେ କରୋନା ସଂକ୍ରମଣ ୭ଲକ୍ଷ ୫୯ ହଜାର ୬୮୭, ମୃତ୍ୟୁ ୪୦ ହଜାର ୬୮୨

mahabharatanews

କରୋନିଲକୁ ଉଦ୍ଧବ ସରକାରର ନିଷେଦ୍ଧାଦେଶ

mahabharatanews