Uncategorized

ପ୍ରଶାସିକାରୁ ସାଂସଦ ହୋଇ ପାଲଟିଛନ୍ତି ଉଦାହରଣ

ଭୁବନେଶ୍ୱର, (ମହାଭାରତ ଲାଇଭ ବ୍ୟୁରୋ): ଯାଜପୁରର ଗର୍ବ ଶର୍ମିଷ୍ଠା । ପ୍ରଶାସିକାରୁ ସାଂସଦ ହୋଇ ପାଲଟିଛନ୍ତି ଉଦାହରଣ । ଦଳ ପକ୍ଷରୁ ଦିଲ୍ଲୀରେ କରୁଛନ୍ତି ଓଡ଼ିଶାର ସ୍ୱରକୁ ଶାଣିତ । ପ୍ରଥମେ ଯେତେବେଳେ ସେ ବିଜେଡ଼ି ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ଠିକ୍ ସେତିକି ବେଳେ ତାଙ୍କର ରାଜନୈତିକ ଶତ୍ରୁମାନେ ଟାହି ଟାପରା ଆରମ୍ଭ କରି ଦେଇଥିଲେ । ଆଉ ଗାଇ ବୁଲିଥିଲେ, ଜଣେ ଓଏଏସ୍ କ’ଣ ସାଂସଦ ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ସମ୍ଭାଳି ପାରିବ । କିନ୍ତୁ କାର୍ଯ୍ୟ ଓ ସେବା ବଳରେ ସେ ବିରୋଧୀଙ୍କ ପାଟି ବନ୍ଦ କରି ଦେଇଥିଲେ । ନିର୍ବାଚନ ପରେ ପରେ ଯାଜପୁର ଓ ଯାଜପୁରବାସିନ୍ଦାଙ୍କ ଉନ୍ନତି ଓ କଲ୍ୟାଣ ତାଙ୍କ ମୂଳ ଲକ୍ଷ୍ୟ ବୋଲି କହିବା ସହିତ ତାକୁ କାର୍ଯ୍ୟରେ କରି ମଧ୍ୟ ଦେଖାଉଛନ୍ତି ।
ଯେବେଠାରୁ ସେ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି ସେବେଠାରୁ ସେ ସଂସଦରେ କେବେ ବି ଅନୁପସ୍ଥିତ ରହି ନାହାନ୍ତିି । ଖାସ୍ ଏଥିିପାଇଁ ସଂସଦରେ ତାଙ୍କର ଟ୍ରାକ ରେକର୍ଡ ବେଶ ପ୍ରଶଂସନୀୟ । ସେ କୁହନ୍ତି ଜଣେ ପ୍ରଶାସକ ଓ ପ୍ରଶାସିକା ଯେଭଳି ସାଧାରଣ ଲୋକଙ୍କୁ ସେବା ଯୋଗାଇ ଦେଇଥାଏ, ଠିକ ସେହିଭଳି ଜଣେ ରାଜନେତା ବା ରାଜନେତ୍ରୀର ମଧ୍ୟ କାର୍ଯ୍ୟ ହେଉଛି , ସାଧାରଣ ଲୋକଙ୍କୁ ସରକାରୀ ସୁବିଧା ଯୋଗାଇ ଦେବା ଓ ନ୍ୟାୟ ଦେବା । ପ୍ରଶାସିକାରୁ ସାଂସଦ ହେବା ପରେ ଶର୍ମିଷ୍ଠା ମଧ୍ୟ ସେହି ସମାନ ଢ଼ଙ୍ଗରେ କାର୍ଯ୍ୟ କରୁଛନ୍ତି ।
ତାଙ୍କ ସଂସଦୀୟ କ୍ଷେତ୍ର ଅଧୀନରେ ଯାହାର ଯେ କୌଣସି ସମସ୍ୟା ଆସିଲେ ସେ ଆଗ ହିଁ ତାର ସମ୍ମୁଖ ହୋଇ ସମାଧାନର ଉପାୟ ବାହାର କରନ୍ତି । କେବଳ ସଂସଦୀୟ କ୍ଷେତ୍ର କାହିଁକି ପଡୋଶୀ ଜିଲ୍ଲା ଓ ରାଜ୍ୟର ଯେ କୌଣସି ଜିଲ୍ଲାର ଲୋକ ତାଙ୍କୁ ଦେଖା କରି ସାହାର୍ଯ୍ୟ ମାଗନ୍ତି, ସେ ଅବହେଳା ନ କରି ତୁରନ୍ତ ସାହଯ୍ୟ ଓ ସହଯୋଗର ହାତ ବଢ଼େଇ ଦେଇଥାନ୍ତି ।
ସାଂସଦ ଶର୍ମିଷ୍ଠା ଗ୍ରାଜୁଏସନ ଶେଷ କରିବା ପରେ ୨୦୦୦ ମସିହାରେ ଷ୍ଟେଟ୍ ସିଭିଲ୍ ସର୍ଭିସ ପାସ୍ କରି ଆସିସଷ୍ଟାଣ୍ଟ୍ କନସୋଲିଡେସନ୍ ଅଫିସର ଭାବେ ଯୋଗ ଦେଇଥିଲେ । ଏହା ପରେ ତାଙ୍କର ୨୦୧୪ ମସିହାରେ ଡେପୁଟି ସେକ୍ରେଟାରି ର୍ୟାଙ୍କକୁ ପଦୋନ୍ନତି ଘଟିଥିଲା । ୨୦୧୯ ସାଧାରଣ ନିର୍ବାଚନରେ ସେ ବିଜୁ ଜନତା ଦଳ ପକ୍ଷରୁ ଯାଜପୁର ସଂସଦୀୟ କ୍ଷେତ୍ରରୁ ପ୍ରାର୍ଥୀନି ହେବା ଜଣା ପଡ଼ିବା ପରେ ସେ ଚାକିରିରୁ ଇସ୍ତଫା ଦେଇଥିଲେ । ଏହା ପରେ ଯାଜପୁରରୁ ବିପୁଳ ସଂଖ୍ୟାରେ ଭୋଟ ପାଇ ବିଜୟ ହୋଇଥିଲେ ସେ । ପ୍ରଶାସିକା ବେଳେ ଯେଉଁ ଭଳି ଭାବେ ସେ ତାଙ୍କ କର୍ମ ପ୍ରତି ଏକାଗ୍ରତା ଦେଖାଉଥିଲେ, ସାଂସଦ ହେବା ପରେ ଠିକ ସେହି ଭଳି ରହିଛି ତାଙ୍କ କାର୍ଯ୍ୟ କରିବାର ଷ୍ଟାଇଲ୍ ।
ବିଶେଷକରି କରୋନା ମହାମାରୀ ସମୟରେ ଯେଉଁ ଭଳି ଭାବେ କାର୍ଯ୍ୟ କରିଥିଲେ ତାହା ବେଶ ପ୍ରଶଂସନୀୟ ଥିଲା । ମହାମାରୀ ସମୟରେ ସେ ଗାଁକୁ ଗାଁ ବୁଲି ସଚେତନ କରାଇବା ସହିତ ଖାଦ୍ୟ, ପାଣି ଓ ଔଷଧ ଆଦି ବଣ୍ଟନ କରି ନିଜ ସାହସିକତାର ପରିଚୟ ଦେଇଥିଲେ । ସେହିପରି ଜିଲ୍ଲାକୁ ରେଳ ଲାଇନ୍ ସଂଯୋଗୀକରଣରେ ମଧ୍ୟ ତାଙ୍କର ଢ଼େର ଭୂମିକା ରହିଛି । ସାଂସଦ ଶର୍ମିଷ୍ଠାଙ୍କ ଏହି ସବୁ ମହତ କାର୍ଯ୍ୟ ତାଙ୍କ ସମାଲୋଚକଙ୍କ ମୁହଁ ବନ୍ଦ କରି ଦେଇଛି ।
ଶର୍ମିଷ୍ଠା କେବଳ ପ୍ରଶାସନିକ କ୍ଷେତ୍ରରେ ନିଜର ପାରଦର୍ଶିତା ଦେଖାଇଥିଲେ ତାହା ନୁହେଁ, ରାଜନୀତିରେ ମଧ୍ୟ ନିଜ ଦବଦବା ଦେଖାଇଛନ୍ତି । ଲୋକସଭାର ଗୃହ, ମହିଳା ସଶକ୍ତିକରଣ, ବିମାନ ଚଳାଚଳ ବିଭାଗ ଭଳି ତିନୋଟି ଗୁରୁତ୍ୱପୂର୍ଣ୍ଣ କମିଟିରେ ସେ ସଦସ୍ୟ ଅଛନ୍ତି । ଯାହା ରାଜ୍ୟ ପାଇଁ ଗୌରବ, ଜଣେ ମହିଳା ସାଂସଦ ଭାବେ । ବିଭିନ୍ନ ସମୟରେ ସେ ନିଜ ସଂସଦୀୟ କ୍ଷେତ୍ରକୁ ଗ୍ରସ୍ତ କରି ମହିଳା ଓ ଶିଶୁମାନଙ୍କର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥାନ୍ତି । ସେଠାରେ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ସମ୍ପର୍କରେ ସେ ସତେଚନ କରାଇଥାନ୍ତି ।
କେବଳ ସେ ଜଣେ ପ୍ରଶାସିକା କିମ୍ବା ସାଂସଦ ନୁହଁନ୍ତି, ଏକାଧାରାରେ ସେ ଜଣେ ସମ୍ଭକାର ଓ ଲେଖିକା ମଧ୍ୟ । ସେ ବିଭିନ୍ନ ପୁସ୍ତକ ପଢ଼ିବାକୁ ଭଲ ମଧ୍ୟ ପାଇଥାନ୍ତି । ସେହିପରି ରୋଷେଇ କରିବା ତାଙ୍କର ମଧ୍ୟ ପ୍ରଥମ ପସନ୍ଦ । ଏବେ ସାଂସଦ ଭୂମିକାରେ ନୂଆ ଜୀବନ ଯାତ୍ରା କରିବା ସହିତ ରାଜନୀତିରେ ଅନେକ ଅଭିଜ୍ଞତା ଅର୍ଜନ କରୁଛନ୍ତି ।

Related posts

କିପରି ସଫା କରିବେ ହୋଲି ରଙ୍ଗରେ ରଙ୍ଗୀନ କପଡ଼ା

mahabharatanews

କରୋନା ଭାଇରସରୁ ରକ୍ଷା ପାଇଁ ହ୍ୟାଣ୍ଡ ସାନିଟାଇଜର କେତେ ପ୍ରଭାବୀ ? ଜାଣନ୍ତୁ କ’ଣ କହୁଛନ୍ତି ଡାକ୍ତର

mahabharatanews

ଭାରତରେ ଆଉ ୨୨ହଜାର ୭୭୧ ନୂଆ କରୋନା ଚିହ୍ନଟ

mahabharatanews