ଓଡିଶା

ଫରେଷ୍ଟରଙ୍କ ଘରେ ଭିଜିଲାନ୍ସ ଚଢାଉ

(ମହାଭାରତ, ବାଲିଗୁଡା): ଭିଜିଲାନ୍ସ ଜାଲରେ ଜଣେ ଫରେଷ୍ଟର ଧରା ପଡିଛନ୍ତି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଶୁକ୍ରବାର କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀ ଗାଁ ରେଞ୍ଜ ଅଧିନରେ କାର୍ଯ୍ୟରତ ଫରେଷ୍ଟର କୈଳାଶ ଚନ୍ଦ୍ର ସାହୁଙ୍କ ବାସଭବନରେ ଫୁଲବାଣୀ ଭିଜିଲାନ୍ସ ଚଢାଉ କରିଛି । ସୂଚନା ଅନୁସାରେ, ଫରେଷ୍ଟରଙ୍କ ବାଲିଗୁଡା ବଜାର ସାହିସ୍ଥିତ ଘରେ ଏହି ଚଢାଉ ଜାରି ରହିଛି । ଏକକାଳୀନ ୫ଟି ସ୍ଥାନରେ ଚଢାଉ କରାଯାଇଛି । ବାଲିଗୁଡା ସମେତ ବ୍ରହ୍ମପୁର, ପୁରୀ, ଭୁବନେଶ୍ୱର ଓ ଭବାନୀପାଟଣା ଆଦି ଏକାଧିକ ସ୍ଥାନରେ ଥିବା ଏହି ଫରେଷ୍ଟରଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଭିଜିଲାନ୍ସ ଟିମ୍ ତାଙ୍କ ବାଲିଗୁଡା ବାସଭବନରେ ଯାଞ୍ଚ କରିଛି । ଯାଞ୍ଚ ବେଳେ ବିଭିନ୍ନ ଜରୁରୀ କାଗଜପତ୍ର ଭିଜିଲାନ୍ସର ହସ୍ତଗତ ହୋଇଥିବା ଜଣାପଡିଛି । ତେବେ ଉକ୍ତ ଫରେଷ୍ଟର ଓ ତାଙ୍କ ପରିବାର ନାଁରେ ଥିବା ବ୍ୟାଙ୍କ ବାଲାନ୍ସ, ସୁନାଗହଣା ଓ ଦରକାରୀ ଦସ୍ତାବିଜ ଉପରେ ଯାଞ୍ଚ ଜାରି ରହିଛି । ଚଢାଉ ଶେଷ ହୋଇ ନଥିବା ବେଳେ କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି ତାହା ସ୍ପଷ୍ଟ ହୋଇପାରିନାହିଁ ।

Related posts

କରୋନା: ରାଜ୍ୟ ସରକାରଙ୍କ ସହାୟତା ଲୋଡିଲେ ଷ୍ଟାର୍ଟ ଅପ ଉଦ୍ୟୋଗୀ

mahabharatanews

ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ଆୟୋଜିତ, ୫୬ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ

mahabharatanews

ରାସନ ବ୍ୟବସ୍ଥାରେ ହୋଇପାରେ ବଡ ଧରଣର ପରିବର୍ତ୍ତନ ।

mahabharatanews