ଓଡିଶା

ଫ୍ୟାନରେ ଲୁଗା ଲଗାଇ ମହିଳାଙ୍କ ଆତ୍ମହତ୍ୟା

ସାଲେପୁର: କଟକଜିଲ୍ଲା ସାଲେପୁର ଥାନା ଲୁଣାହାର ଗ୍ରାମରେ ଏକ ଦୁଃଖଦ ଘଟଣା ଗତକାଲି ସକାଳେ ଘଟିଛି । ଲୁଣାହାର ଗ୍ରାମର ପ୍ରେମାନନ୍ଦ ମଲ୍ଲଙ୍କ ପତ୍ନୀ ଅଞ୍ଜଳି ସାହୁ ପାରିବାରିକ କଳହ କୁ ନେଇ ନିଜ ଶୋଇବା ଘର ଫ୍ୟାନରେ ନିଜ ପିନ୍ଧା ଲୁଗା ସାହାଯ୍ୟରେ ଆତ୍ମହତ୍ୟା ଫାଶୀ ଦେଇ ଆତ୍ମହତ୍ୟା କରିଛନ୍ତି । ଏଥିନେଇ ମହିଳାଙ୍କ ଭାଇ ସାଲେପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଘଟଣା ସ୍ଥଳରେ ସାଲେପୁର ପୋଲିସ ପହଂଚି ଶବ ଜବତ କରିବା ସହ ତଦନ୍ତ ଚଳାଇଛି । ଏ ଘଟଣାକୁ ନେଇ ମୃତ ମହିଳାଙ୍କ ସ୍ୱାମୀକୁ ପୋଲିସ ପଚରା ଉଚରା କରୁଛି ।

Related posts

ବେରବୋଇରେ ଗାନ୍ଧିଜୀଙ୍କ ସ୍ମୃତି ପୀଠର ବିକାଶ କରାଯିବ, ମଡେଲ ସ୍କୁଲ ସ୍ଥାପନ ହେବ

mahabharatanews

ସୁପ୍ରିମକୋର୍ଟ ଗଲେ କେନ୍ଦ୍ରାପଡା ସାଂସଦ

mahabharatanews

ବାଇକ୍ ଧକ୍କାରେ ଯୁବତୀ ମୃତ

mahabharatanews