(ରଜନୀକାନ୍ତ ପାତ୍ର /ଗଞ୍ଜାମ):ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଥାନା ଅନ୍ତର୍ଗତ ସାରଦୁଳ ଗ୍ରାମ ନିକଟ ଯାନୀପୁର ଗାଁରେ ଏକ ଦୁଃଖଦ ଘଟଣା ଘଟିଯାଇଛି । ଗତକାଲି ପ୍ରବଳ ବର୍ଷା ସହିତ ବଜ୍ରାଘାତ ହୋଇଥିଲା । ସେହି ସମୟରେ ପାଖାପାଖି ବତ୍ସ ନାୟକ ନାମକ ଜଣେ ବୃଦ୍ଧ ବିଲକୁ ଯାଇଥିବାବେଳେ ବଜ୍ରାଘାତ ଯୋଗୁଁ ସେ ବିଲରେ ଟଳି ପଡ଼ିଥିଲେ । କିଛି ସମୟ ପରେ ସ୍ଥାନୀୟ ଲୋକେ ଘଟଣା ସମ୍ପର୍କରେ ଦମକଳ ଗାଡିକୁ ଖବର ଦେଇଥିଲେ । ଖବର ପାଇବାପରେ ଦମକଳବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଂଚି ବୃଦ୍ଧକୁ ଉଦ୍ଧାର କରି ଦମକଳ ଗାଡ଼ିରେ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ଘଟଣାର ତଦନ୍ତ କରୁଛି ।
