ଓଡିଶା

ବିବେକାନନ୍ଦ ୟୁଥ୍ କ୍ଲବ ତରଫରୁ ଗରିବ ଅସହାୟ ବ୍ୟକ୍ତି ଙ୍କୁ ଶୀତବସ୍ତ୍ର ପ୍ରଦାନ

ପାରାଦୀପ ର ଅଗ୍ରଣୀ ସଂଗଠନ ବିବେକାନନ୍ଦ ୟୁଥ୍ କ୍ଲବ ତରଫରୁ ଗରିବ ଅସହାୟ ବ୍ୟକ୍ତି ଙ୍କୁ ଶୀତବସ୍ତ୍ର ପ୍ରଦାନ। ନୂତନବର୍ଷ ୨୦୨୬ରେ   କିଏ ମାଛ ମାଂସ ଖାଇ ଓ ନାଚଗୀତ ରେ ମସଗୁଲ ହେଉଥିବା ବେଳେ ପାରାଦୀପ ବିଜୟଚାନ୍ଦ ପୁର ଅଞ୍ଚଳର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ସ୍ବାମୀ ବିବେକାନନ୍ଦ ୟୁଥ୍ କ୍ଲବ ତରଫରୁ ସେବା କାର୍ଯ୍ୟ ରେ ନିଜକୁ ନିୟୋଜିତ କରିଛନ୍ତି।ପାରାଦୀପ ଅଞ୍ଚଳରେ ଥିବା ବିଭିନ୍ନ ଦେବାଦେବୀ ମନ୍ଦିର ରେ ବସିଥିବା ଗରିବ ଅସହାୟ ବ୍ୟକ୍ତିଙ୍କୁ ଶୀତରୁ ରକ୍ଷା କରିବା ପାଇଁ ଶୀତବସ୍ତ୍ର ଓ ମୃଦ୍ୟୁ ପାନୀୟ ଜଳ ପ୍ରଦାନ କରିଛନ୍ତି। ସଂଗଠନ ତରଫରୁ ଏହିପରି ବିଭିନ୍ନ ସମୟରେ ସଂଗଠନ ତରଫରୁ ରକ୍ତଦାନ ଶିବିର, ଗରିବ ଅସହାୟ ଙ୍କୁ ଖାଦ୍ୟବଣ୍ଟନ , ଖରାଦିନେ ଛତାବଣ୍ଟନ,ସଫେଇ କାର୍ଯ୍ୟକ୍ରମ ଆଦି କରି ଆସୁଥିବା ବେଳେ ଆଜି ଗରିବ ଅସହାୟ ଙ୍କୁ ଶୀତବସ୍ତ୍ର ପ୍ରଦାନ କରାଯାଇଛି। ଏଭଳି ସେବା କାର୍ଯ୍ୟକ୍ରମ ରେ ସଂଗଠନ ର ସମସ୍ତ ସଦସ୍ୟ ମାନେ ଉପସ୍ଥିତ ରହି ସହଯୋଗ କରିଥିବା ବେଳେ ଆଗକୁ ଏହି ଭଳି ସେବା କାର୍ଯ୍ୟ ଜାରୀ ରହିବ ବୋଲି ବିବେକାନନ୍ଦ ୟୁଥ୍ କ୍ଲବ ର ସଭାପତି ଜଗନ୍ନାଥ ହାଲଦାର୍ ପ୍ରକାଶ କରିଛନ୍ତି।

Related posts

୧୧୦ କେଜିର ବିଶାଳ ମାଛ

mahabharatanews

ବେତାଜ୍ ବାଦଶାହଙ୍କ ଜନ୍ମ ଦିନରେ ଅଜସ୍ର ଶୁଭକାମନା

mahabharatanews

ଆରମ୍ଭ ହେଲା ମତଦାନ, ୪୧୨ ପ୍ରାର୍ଥୀଙ୍କ ଭାଗ୍ୟ ଲକ୍ ହେବ

mahabharatanews