ଓଡିଶା

ବାଇକ-ବୋଲେରୋ ମୁହାଁମୁହିଁ ଧକ୍କା,ଜଣେ ମୃତ

(ଟୁକୁନା ଖରା/ନବରଙ୍ଗପୁର):ନବରଙ୍ଗପୁର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ସାନମସିଗାଁ ଠାରେ ଏକ ମର୍ମନ୍ତୁଦ ସଡକ ଦୂର୍ଘଟଣା ଘଟିଛି । ଏଠାରେ ଏକ ବାଇକ୍ ସହ ବୋଲେରୋ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ ଟେମରାଜ ହରିଜନ ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ, ସେ ତାଙ୍କ ସ୍ତ୍ରୀ ଦ୍ରୌପଦୀ ହରିଜନଙ୍କ ସହ ବୋରିଗୁମ୍ମା ନିକଟସ୍ଥ କୁପିଆ ଠାରେ ଏକ ଦଶାହରେ ଯୋଗ ଦେବାକୁ ଯାଉଥିଲେ । ଏହି ସମୟରେ ସାନମସିଗାଁ ଠାରେ ସାମ୍ନା ପଟୁ ଆସୁଥିବା ଏକ ବୋଲେରୋ ସହ ତାଙ୍କ ଗାଡିଟି ମୁହାଁମୁହିଁ ଧକ୍କା ହୋଇଥିଲା । ଘଟଣାସ୍ଥଳରେ ଟେମରାଜଙ୍କ ପ୍ରାଣ ହରାଇଥିବା ବେଳେ ତାଙ୍କ ସ୍ତ୍ରୀ ଦ୍ରୌପଦୀଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ବିଷୟରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Related posts

ବିଫଳ ହେଲା ଏସବିଆଇ ଏଟିଏମ ଲୁଟ ଉଦ୍ୟମ

mahabharatanews

ଆଜି ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ

mahabharatanews

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ; ସିଭିଅର ହିଟ୍‌ୱେଭ୍‌ ସମ୍ଭାବନା 

mahabharatanews