ଓଡିଶା

ବିଚ ରାସ୍ତାରେ ଚଳନ୍ତା କାରରେ ନିଆଁ

ଭୁବନେଶ୍ୱର: ରାଜପଥରେ ଅଘଟଣ । ବିଚ ରାସ୍ତା ଉପରେ ଚଳନ୍ତା କାରରେ ଲାଗିଗଲା ନିଆଁ । ସୌଭାଗ୍ୟକୁ ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି । କଟକ ଲିଙ୍କରୋଡ ଓଭର ବ୍ରିଚରେ ଏହି ଅଘଟଣ ଘଟିଛି । କଟକରୁ ଭୁବନେଶ୍ୱର ଆସୁଥିବା କାରରେ ହଠାତ୍ ମନକୁ ମନ ଲାଗିଯାଇଥିଲା ନିଆଁ । ଫଳରେ ରାସ୍ତା ଉପରେ କାରଟି ହୁତୁ ହୁତୁ ହୋଇ ଜଳିବାକୁ ଲାଗିଥିଲେ । ତେବେ କାରରେ ଯାତ୍ରା କରୁଥିବା ୩ ଯାତ୍ରୀଙ୍କ ସହ ଡ୍ରାଇଭର କାରରୁ ବାହାରକୁ ଚାଲିଆସିଥିଲେ । ପୁଲିସ ଓ ସ୍ଥାନୀୟ ଲୋକେ ନିଆଁକୁ ଆୟତ୍ତ କରିବା ପରେ ମଧୁପାଟନା ପୁଲିସ କାରକୁ ନିଜ କବଜାକୁ ନେଇଯାଇଛି । ତେବେ କାରରେ କେମିତି ନିଆଁ ଲାଗିଲା ତାହା ଜଣାପଡି ନ ଥିବା ବେଳେ ସର୍ଟ ସର୍କିଟରୁ ନିଆଁ ଲାଗିଥିବା କୁହାଯାଇଛି ।

Related posts

ଚନ୍ଦ୍ରଭାଗା ମାଘବୁଡ ପାଇଁ ପ୍ରସ୍ତୁତି ବୈଠକ

mahabharatanews

ହସ୍ପିଟାଲରେ ଭର୍ତ୍ତି ହେଲେ ପୂର୍ବତନ ବାତସ୍ପତି ମହେଶ୍ୱର ମହାନ୍ତି

mahabharatanews

ଏମ୍ଫୋଭ୍ୟାଲି ଥାନା ଅଧୀନରେ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର

mahabharatanews