ଓଡିଶା

ବିନା ଅନୁମତିରେ ସ୍କୁଲ କ୍ୟାମ୍ପସ୍‌ ଭିତରେ ପଶି ପରିବେନି ଗଣମାଧ୍ୟମ ପ୍ରତିନିଧି

ଭୁବନେଶ୍ୱର : ଏଣିକି ସ୍କୁଲ ଭିତରକୁ ଯାଇପାରିବନି କ୍ୟାମେରା । ବିନା ଅନୁମତିରେ ସ୍କୁଲ କ୍ୟାମ୍ପସ୍‌ ଭିତରେ ପଶି ପିଲାମାନଙ୍କୁ କୌଣସି ପ୍ରଶ୍ନ ପଚାରି ପରିବେନି ଗଣମାଧ୍ୟମ ପ୍ରତିନିଧି। ଏ ନେଇ ରାଜ୍ୟ ସରକାର ଏକ ନିର୍ଦ୍ଦେଶ ଦେଇଛନ୍ତି । ଯଦି କେହି ପ୍ରବେଶ କରିବାକୁ ପ୍ରୟାସ କରନ୍ତି ତାହେଲେ ତାଙ୍କ ବିରୋଧରେ ସ୍ଥାନୀୟ ଥାନାରେ ସଂପୃକ୍ତ ସ୍କୁଲର ପ୍ରଧାନଶିକ୍ଷକ ଏତଲା ଦେଇପାରିବେ ବୋଲି ସରକାର କହିଛନ୍ତି । ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ ଏକ ବିଜ୍ଞପ୍ତି ଜାରି କରି ସମସ୍ତ ବିଇଓ ମାନଙ୍କୁ ପଠାଇଛନ୍ତି । ଏହି ନିର୍ଦ୍ଦେଶନାମାକୁ ଆଗାମୀ ଦିନରେ ସମସ୍ତ ବିଦ୍ୟାଳୟରେ ପାଳନ କରିବାକୁ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଦେଇଛି ବିଭାଗ । ନିକଟରେ ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଳକ୍‌ ଶିକ୍ଷାଧିକାରୀ ଏନେଇ ବ୍ଲକରେ ଥିବା ସବୁ ସ୍କୁଲର ପ୍ରଧାନଶିକ୍ଷକଙ୍କୁ ଚିଠି କରିଛନ୍ତି। ଚିଠିରେ ବିଇଓ ସ୍ପଷ୍ଟ କରିଛନ୍ତି ଯେ ସ୍କୁଲ ପରିସର ମଧ୍ୟକୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ଅନୁମତି ଦିଆନଯାଉ। ଯଦି କୌଣସି ଗଣମାଧ୍ୟମ ପ୍ରତିନିଧି କିମ୍ବା କ୍ୟାମେରାମେନ ଅନୁମତି ବିନା ସ୍କୁଲରେ ପଶନ୍ତି, ତାହାହେଲେ ପ୍ରଧାନ ଶିକ୍ଷକ ତୁରନ୍ତ ସେମାନଙ୍କ ନାଁରେ ଥାନାରେ ଏତଲା ଦିଅନ୍ତୁ। ଏଥିରେ ଯଦି ପ୍ରଧାନଶିକ୍ଷକ ବା ଶିକ୍ଷକ ଅବହେଳା କରନ୍ତି, ତେବେ ସେମାନଙ୍କ ନାଁରେ ଏତଲା ଦିଆଯିବ ବୋଲି ଚିଠିରେ ସ୍ପଷ୍ଟ କରିଛନ୍ତି ବିଇଓ।
କାରଣ କିଛିଦିନ ତଳେ ଏଠାରେ ସ୍କୁଲର ଶିକ୍ଷକ ଏବଂ ଛାତ୍ର ଛାତ୍ରୀଙ୍କୁ ଗଣମାଧ୍ୟମ ପ୍ରତିନିଧି ଯାଇ କିଛି ପ୍ରଶ୍ନ ପଚାରିଥିଲେ । ଯେଉଁଥିରେ ସ୍କୁଲର ଶିକ୍ଷକ ଜଣଙ୍କ ଅତି ସାମାନ୍ୟ ପ୍ରଶ୍ନର ଉତ୍ତର ଦେଇ ପାରିନଥିଲେ । କିନ୍ତୁ ସ୍କୁଲର ଛାତ୍ରଛାତୀ ରିପୋର୍ଟରଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ । ଏହାପରେ ପିଲାଙ୍କୁ ପାଠ ପଢାଉଥିବା ଶିକ୍ଷକଙ୍କର ଯୋଗ୍ୟତା ଓ ଦକ୍ଷତାକୁ ନେଇ ପ୍ରଶ୍ନ ଉଠିଥିଲ।। ଏମିିତିକି ରାଜ୍ୟ ସରକାରହଙ୍କ ନିଯୁକ୍ତି ପ୍ରକ୍ରିୟାକୁ ନେଇ ମଧ୍ୟ ଆଲୋଚନା ହେବାରେ ଲାଗିଥିଲା। ତେବେ ଏହି ଘଟଣା ପରେ ରାଜ୍ୟ ସରକାର ହଠାତ ଏପରି ଏକ ଅଙ୍କୁଶ ଲଗାଇଛନ୍ତି ବୋଲି କୁହାଯାଉଛି ।

 

Related posts

୭ ତାଲା ମେଡିକାଲ ପାଇଁ ଦାବି

mahabharatanews

କଟକଣାକୁ ଧୂଆଁରେ ଉଡେଇଦେଲେ ବିଧାୟକ

mahabharatanews

ସମୀରଙ୍କ ଚିକିତ୍ସା ପାଇଁ ବିଧାୟକଙ୍କ  ପ୍ରତିଶ୍ରୁତି 

mahabharatanews