ଓଡିଶା

ବିଭିନ୍ନ ପଞ୍ଚାୟତରେ ଆଇନ ସଚେତନତା କାର୍ୟ୍ୟକ୍ରମ

ସୁବର୍ଣ୍ଣପୁର / ଓମପ୍ରକାଶ ମିଶ୍ର: ସୁବର୍ଣ୍ଣପୁର ଜିଲା ଆଇନସେବା ପ୍ରାଧିକରଣ ପକ୍ଷରୁ ସଦର ବ୍ଲକର ବିଭିନ୍ନ ପଞ୍ଚାୟତରେ ଆଇନ ସଚେତନତା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲା ଆଇନସେବା ପ୍ରାଧିକରଣର ନିର୍ଦ୍ଦେଶ କ୍ରମେ ଜିଲ୍ଲା ପ୍ରାଧିକରଣ ସଚିବ ସସ୍ମିତା ମିଶ୍ର ସଦର ବ୍ଲକ ବିଶିମୁଣ୍ଡା ପଞ୍ଚାୟତର ବିଭିନ୍ନ ଗ୍ରାମରେ ଲୋକଙ୍କୁ ଆଇନସେବା ପ୍ରାଧିକରଣ ପକ୍ଷରୁ ଉପଲବ୍ଧ ମାଗଣା ଆଇନସେବା, ପୀଡିତା କ୍ଷତିପୂରଣ ଆଇନ, ଘରୋଇ ହିଂସା ଆଇନ ଆଦି ସମ୍ପର୍କରେ ସଚେତନ କରିଥିଲେ ଓ ଏହାର ସୁଯୋଗ ନେବାକୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ବିଶିମୁଣ୍ଡା ସରପଞ୍ଚ ମଧୁସୂଦନ ଓତା ଉପସ୍ଥିତ ରହି ଆଇନ ସେବା ବିଷୟରେ ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ । ଆଇନସେବା ପ୍ରାଧିକରଣର ବିନ୍ଦୁସାର ମହାପାତ୍ର, ଅନାମ ସାହୁ, ରଞ୍ଜନ ଭୋଇ ପ୍ରମୁଖ କାର୍ୟ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

 

Related posts

ସକ୍ରିୟ ଲଘୁଚାପ, ଆଜି  ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା

mahabharatanews

ରବିବାର ସମ୍ବଲପୁର ଜିଲ୍ଲା ସଟଡାଉନ ଘୋଷଣା

mahabharatanews

ବିଭିନ୍ନ ଦାବି ନେଇ ରାଇରଙ୍ଗପୁର ଉପଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ

mahabharatanews