ଓଡିଶା

ବୁଲିବାକୁ ଆସି ଫସିଲେ ଯୁବକ

(ପାରାଦ୍ବୀପ / ପ୍ରଶାନ୍ତ କୁମାର ସ୍ବାଇଁ): ଲକ୍ ଡାଉନ କୋହଳ ହେବା ପରେ ସମୁଦ୍ର କୂଳରେ ମଜା କରିବାକୁ ଆସି ଫସିଲେ ଯୁବକ। ଗାଡି ଫସିଗଲା ସମୁଦ୍ରରେ, ଶେଷରେ ଅଗ୍ନିଶମ ବିଭାଗ ଓ ପୋଲିସ୍ କର୍ମଚାରୀ ପହଞ୍ଚି ଉଦ୍ଧାର କଲେ ଗାଡିକୁ। ଏଭଳି ଏକ ଘଟଣା ଦେଖିବାକୁ ମିଳିଥିଲା ବନ୍ଦର ନଗରୀ ପାରାଦ୍ବୀପ ର ସମୁଦ୍ର ବେଳାଭୂମି ରେ। ଦିର୍ଘ ଦିନ ର ଲକ୍ ଡାଉନ ଯୋଗୁଁ ଘରେ ବୋର୍ ହୋଇ ବସି ଥିବା ଲୋକ, ଲକ୍ ଡାଉନ ଟିକିଏ କୋହଳ ହେବାପରେ ପୁରା ଅସମ୍ଭାଳ। କାର ଧରି ସମୁଦ୍ର କୂଳରେ ମଜା କରିବାକୁ ଆସି ଥିଲେ ଦୁଇଜଣ ଯୁବକ। ଏତେ ଏକ୍ସାଇଟେଡ ହୋଇଗଲେ ଯେ ସମୁଦ୍ର ଲହଡି ରେ କାର ଚଳାଇ ମଜା ମସ୍ତି ଆରମ୍ଭ କରିଦେଲେ। କିନ୍ତୁ ଏହି ମସ୍ତିବେଶି ସମୟ ଗଲାନାହିଁ। କାର ଚକା ଫସିଗଲା ବାଲିରେ। ଲହଡି ଯୋଗୁଁ ଚକା ପୋତି ହୋଇ ହୋଇ ଚାଲିଲା। ସମସ୍ତ ଚେଷ୍ଟା ବିଫଳ ହେବା ପରେ ଶେଷରେ ଅଗ୍ନିଶମ ବିଭାଗ ଓ ପୋଲିସ୍ ପହଞ୍ଚି ଗାଡିକୁ ଉଦ୍ଧାର କରିଥିଲେ। ଏହି ଘଟଣା ପାରାଦ୍ବୀପ ରେ ଚର୍ଚ୍ଚା ର ବିଷୟ ପାଲଟିଛି।

Related posts

କ୍ବାରେଣ୍ଟାଇନ ସେଣ୍ଟର କାରନାମା

mahabharatanews

ଖେମୁଣ୍ଡି କଲେଜ ରେ ଅଧ୍ୟାପକ ଓ କର୍ମଚାରୀ ଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

mahabharatanews

ସମର୍ପିତ ଓଡିଶା ଓ କମିଶନରେଟ ପୋଲିସ ପକ୍ଷରୁ ରକ୍ତଦାନ ଶିବିର

mahabharatanews