ଅପରାଧ

ବେଆଇନ କଫ୍ ସିରପ୍ ଜବତ, ଦୋକାନ ମାଲିକ ଅଟକ

(ମହାଭାରତ, ଜୟପୁର): ଜୟପୁର ସହରର ଲିଙ୍ଗରାଜ ନଗରରେ ଏକ ହୋମିଓ ଦୋକାନ ମାଲିକଙ୍କ ଘରେ ଚଢାଉ କରାଯାଇ ବିପୁଳ ମାତ୍ରାର କଫ ସିରପ୍ ଜବତ ହୋଇଛି । ବୁଧବାର ସକାଳେ ସଦର ଥାନା ଅଧିକାରୀଙ୍କ ସମେତ ଟାଉନ ପୋଲିସ ସହାୟତାରେ ଜୟପୁର ଡ୍ରଗ୍ସ ଇନ୍ସପେକ୍ଟର ତାଙ୍କ ଘର ଓ ଦୋକାନରେ ଚଢାଉ କରିଥିଲେ । କୋରେକ୍ସ ନାମକ ବେଆଇନ କଫ୍ ସିରପ୍ ଗଚ୍ଛିତ ରଖିଥିବା ଅଭିଯୋଗରେ ପୋଲିସ ଦୋକାନ ମାଲିକଙ୍କୁ ଅଟକ ରଖି ପଚରାଉଚରା କରୁଛି । ସୂଚନା ଅନୁଯାୟୀ, ମଙ୍ଗଳବାର ଜିଲ୍ଲାର ସୁନାବେଡା ଅଞ୍ଚଳରୁ ବିପୁଳ ପରିମାଣର କଫ୍ ସିରପ୍ ଜବତ ହୋଇଥିଲା । ଏହି କଫ୍ ସିରପ୍ ଜୟପୁରର ବିଭିନ୍ନ ଅଞ୍ଚଳରେ ବିକ୍ରି କରାଯାଉଥିବା ସୂଚନା ମିଳିଥିଲା । ଗଣନାଥ ହୋମିଓ ଦୋକାନ ମାଲିକଙ୍କ ଘରେ ବେଆଇନ ଭାବେ ଏହି କଫ୍ ସିରପ ଥିବା ଡ୍ରଗ୍ସ ଇନ୍ସପେକ୍ଟର କୌଣସି ସୂତ୍ରରୁ ଖବର ପାଇ ବୁଧବାର ସକାଳେ ଚଢାଉ କରିଥିଲେ । ଚଢାଉ ବେଳେ ତାଙ୍କ ଘରୁ କୋରେକ୍ସ ନାମକ ବେଆଇନ କଫ୍ ସିରପ୍ ବିପୁଳ ମାତ୍ରାରେ ଗଚ୍ଛିତ ଥିବା ଦେଖିବାକୁ ମିଳିଥିଲା । ପୋଲିସ ଏହାକୁ ଜବତ କରିବା ସହ ଦୋକାନ ମାଲିକଙ୍କୁ ଅଟକ ରଖି ଏନେଇ ପଚରାଉଚରା କରିଥିବା ସୂଚନା ମିଳିଛି ।

Related posts

୧୦ଲକ୍ଷ ଟଙ୍କାର ଗଞ୍ଜେଇ ଜବତ: ୨ ଗିରଫ

mahabharatanews

ଛୁରାମାଡ କରି ଲୁଟିନେଲେ ଟଙ୍କା ଓ ମୋବାଇଲ

mahabharatanews

ସମ୍ବର ମାଂସ ଜବତ, ଶିକାରୀ ଗିରଫ

mahabharatanews