ଓଡିଶା

ବେଆଇନ ମଦ ଜବତ, ୭ ଗିରଫ

(ପାଟଣା): ପାଟଣାରେ ବେଆଇନ ମଦ ଜବତ ହୋଇଛି । କେନ୍ଦୁଝର ଜିଲ୍ଲା ଓ ପାଟଣା ଅବକାରୀ ବିଭାଗ ତରଫରୁ ଚଢାଉ କରାଯାଇ ଏହି ମଦ ଜବତ କରାଯାଇଛି । ଏଥିରେ ସମ୍ପୃକ୍ତ ୭ ଜଣଙ୍କୁ ଗିରଫ କରାଯାଇଛି । ସୂଚନା ଅନୁଯାୟୀ, ବେଆଇନ ମଦ କାରବାରକୁ ନେଇ ଜିଲ୍ଲା ଅବକାରୀ ବିଭାଗକୁ ଖବର ମିଳିଥିଲା । ଜିଲ୍ଲା ଅବକାରୀ ଅଧିକାରୀ ସୀତାକାନ୍ତ ମୁଦୁଲିଙ୍କ ନିର୍ଦ୍ଦେଶ କ୍ରମେ ପାଟଣା ଓ କେଉଁଝର ଅବକାରୀ ବିଭାଗ କର୍ମଚାରୀମାନେ ୫ଟି ସ୍ଥାନରେ ମିଳିତ ଚଢାଉ କରିଥିଲେ । ଏହି ସମୟରେ ୩୩ ଲିଟର ମହୁଲି ମଦ, ୫ ଲିଟର ପାଉଚ ମଦ, ହାଣ୍ଡିଆ ୮୦ କିଲୋ ଅବକାରୀ ବିଭାଗ ଅଧିକାରୀ ଜବତ କରିଥିଲେ । ଏହି ବେଆଇନ ମଦ ପ୍ରସ୍ତୁତି ଓ କାରବାରରେ ସମ୍ପୃକ୍ତ ୭ ଅଭିଯୁକ୍ତଙ୍କୁ ଅବକାରୀ ଅଧିକାରୀ ଗିରଫ କରିଛନ୍ତି । ସେମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇ କୋର୍ଟଚାଲାଣ କରାଯାଇଛି ।

Related posts

ବିଶ୍ୱପ୍ରସିଦ୍ଧ ରଥଯାତ୍ରା: ଆଉ ମାତ୍ର ୧୮ ଦିନ  

mahabharatanews

ଆଇଟି ବିଭାଗର ଉପଦେଷ୍ଟା ହେଲେ ଅନୁଭବ

mahabharatanews

ସୁନ୍ଦରଗଡ ମ୍ୟୁନିସପାଲ୍ଟି ସହିତ ୪ଟି ବ୍ଲକ୍ ର ୪୭ ହଜାର ଲୋକ ହେବେ ଉପକୃତ

mahabharatanews