(ବୋଲଗଡ/ସୁରେଶ କୁମାର ସାମନ୍ତରାୟ): କରୋନା ମହାମାରୀ ପାଇଁ କୌଣସି ପ୍ରତିଷେଧକ ଔଷଧ ଆଜି ପର୍ୟ୍ୟନ୍ତ ବାହାରି ନଥିବାବେଳେ କେବଳ ସତର୍କ ଓ ସୁରକ୍ଷିତ ରହିବା ଜରୁରୀ ହୋଇପଡିଛି ଆଉ ଏହି ସମୟରେ ଲୋକଙ୍କୁ ସୁରକ୍ଷା ଯୋଗଉଥିବା କରୋନା ଯୁଦ୍ଧରେ ଆଗଧାଡିରେ ସାମିଲ ଡାକ୍ତର ,ପୋଲିସ କର୍ମଚାରୀ,ଆଶା,ଅଙ୍ଗନୱାର୍ଡ କର୍ମି ଓ ସାମ୍ବାଦିକଙ୍କୁ ସେମାନକ ଉଦ୍ୟମ ପାଇଁ ବୋଲଗଡ ବ୍ଲକ ତାହାସିଲ କାର୍ଯ୍ୟାଳୟ ଠାରେ ଇଣ୍ଟରନ୍ୟାସନାଲ ହ୍ୟୁମାନ ରାଇଟସ କାଉନସିଲ ପକ୍ଷରୁ ମାନପତ୍ର ଉତ୍ତରୀୟ ଓ ସାନିଟାଇଜର ଦେଇ ସମ୍ବର୍ଦ୍ଧିତ କରାଯାଇଛି । ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଇଣ୍ଟରନ୍ୟାସନାଲ ହ୍ୟୁମାନ ରାଇଟସ କାଉନସିଲ ଖୋର୍ଦ୍ଧା ଜିଲ୍ଲା ଯୁଗ୍ମ ସଂପାଦକ ମହମଦ ଗୁଲାମ ମୁସ୍ତାଫାଙ୍କ ଆବାହକତ୍ୱରେ ଅନୁଷ୍ଠିତ ହୋଇଥିବା ବେଲେ ତହସିଲଦାର ମୋନାଲିସା ପଣ୍ଡା, ଆଇଆଇସି ଶେଖ ଅକବର ଅଲ୍ଲୀ ,ସରପଚଂ ହୁଲାସ ପ୍ରଧାନ ,ସାମ୍ବାଦିକ ସୁରେଶ କୁମାର ସାମନ୍ତରାୟ ,ଦିପକ କୁମାର ପାହାଡସିଂହ ଓ ପାଣ୍ଡବ ସାହୁ ପ୍ରମୁଖଙ୍କୁ କରୋନା ଯୋଦ୍ଧା ଭାବେ ସମ୍ବର୍ଦ୍ଦିତ କରାଯାଇଛି
previous post
