ବିକ୍ରି ହୋଇପାରିବ ପାଞ୍ଚ କେଜି ଗ୍ୟାସ ସିଲିଣ୍ଡର । ଏନେଇ ସ୍ପଷ୍ଟ କରିଛି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ । ୫ କେଜି ଗ୍ୟାସ୍ ବିକ୍ରିକୁ ନେଇଖାଦ୍ୟ ଯୋଗାଣ ବିଭାଗର ସ୍ପଷ୍ଟୀକରଣ । ଶ୍ରମିକ ଓ ଛାତ୍ରଛାତ୍ରୀ ପରିଚୟପତ୍ର ଦେଖାଇ କିଣିପାରିବେ ୫ କେଜି ଗ୍ୟାସ୍ । ଶ୍ରମିକ, ଛାତ୍ରଛାତ୍ରୀ ନିଜର ପରିଚୟ ପତ୍ର ଦେଖାଇ ପାଞ୍ଚ କେଜି ଗ୍ୟାସ ସିଲିଣ୍ଡର କିଣିପାରିବେ । ତୈଳ ମାର୍କେଟ କମ୍ପାନୀ ଦ୍ଵାରା ବିକ୍ରି 5 କେଜି ଗ୍ୟାସ୍ କିଣିପାରିବେ । ଏଥିପାଇଁ Ekyc ହୋଇଥିଲେ ପରିଚୟ ପତ୍ର ଦେଖାଇ ଗ୍ୟାସ୍ କିଣିପାରିବେ ବୋଲି ସ୍ପଷ୍ଟ କରାଯାଇଛି। ତୈଳ ମାର୍କେଟିଂ କଂପାନୀ ଦ୍ବାରା ବିକ୍ରି ୫ କେଜି ଗ୍ୟାସ୍ କିଣିପାରିବେ । e-KYC ହୋଇଥିଲେ ପରିଚୟପତ୍ର ଦେଖାଇ କିଣିପାରିବେ । ରାଜ୍ୟରେ ଗ୍ୟାସ୍ ସଙ୍କଟକୁ ନେଇ ଏବେ ଖାଉଟିମାନେ ଚିନ୍ତାରେ । ସରକାର ଲଗାତାର ସମୀକ୍ଷା କରୁଛନ୍ତି ଓ ଆଶ୍ବାସନା ଦେଉଛନ୍ତି ସତ, କିନ୍ତୁ ଗ୍ୟାସ୍ ସମସ୍ୟା ଟଳୁ ନାହିଁ ।
ଏହି ସମୟରେ ପାଞ୍ଚ କେଜି ସିଲିଣ୍ଡରରେ ଗ୍ୟାସ୍ ଭର୍ତ୍ତି ଉପରେ କଟକଣା ଜାରି କରିଛନ୍ତି ସରକାର। ଆଜି ଯୋଗାଣ ମନ୍ତ୍ରୀ ଏହି ଘୋଷଣା କଲା ପରେ ପୁଣି ସାରା ରାଜ୍ୟରେ ଅସନ୍ତୋଷ ବଢ଼ିଛି । ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି ଲାଗି ଗ୍ୟାସ୍ ଯୋଗାଣରେ ଅଙ୍କୁଶ ଲଗାଯାଇଛି । ଖାସ୍ କରି ଖୋଲା ବଜାରରେ ମିଳୁଥିବା ଗ୍ୟାସ୍ ଦର ଅଚାନକ ବଢିବା ସହ ଗ୍ରାହକଙ୍କୁ ମିଳିବା ମଧ୍ୟ କଷ୍ଟ ହେଉଥିଲା । ଏସବୁ ଭିତରେ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରବିବାର ଦିନ ବଡ଼ ବୟାନ ଦେଇଥିଲେ। ସେ କହିଥିଲେ କି, ଗ୍ୟାସ୍ ସଙ୍କଟକୁ ଦୃଷ୍ଟିରେ ରଖି ଏଣିକି ଖୋଲା ବଜାରରେ ଗ୍ୟାସ୍ ବିକ୍ରି ଉପରେ କଟକଣା ଜାରି କରାଯାଇଛି ।
