ଦେଶ ବିଦେଶ

ଜ୍ଞାନେଶ ବିରୋଧୀ ଆନ୍ଦୋଳନକୁ ଅନୁମତି ଦେଲାନି ପୁଲିସ୍‌…

ଯନ୍ତରମନ୍ତର ଆନ୍ଦୋଳନକୁ ଅନୁମତି ଦେଲା ନାହିଁ ପୋଲିସ । ଦେଶର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ପ୍ରସ୍ତାବିତ ଯନ୍ତରମନ୍ତର ଆନ୍ଦୋଳନକୁ ଅନୁମତି ଦେଇନାହିଁ ଦିଲ୍ଲୀ ପୁଲିସ୍‌। ଆଜି ବିଭିନ୍ନ ଛାତ୍ର ସଂଗଠନ ସହ ରାଜନୀତିକ ଦଳ ପକ୍ଷରୁ ଯନ୍ତରମନ୍ତରରେ ବିକ୍ଷୋଭ ସମାବେଶ ପାଇଁ ଆୟୋଜନ କରାଯାଇଥିଲା। ହେଲେ ଦିଲ୍ଲୀ ପୁଲିସ ଯନ୍ତରମନ୍ତର ଆଖପାଖରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି।

ଏଥିସହ ଆପ୍‌ ସମେତ ଏକାଧିକ ଛାତ୍ର ସଂଗଠନର ନେତା-କର୍ମୀଙ୍କୁ ଉଠାଇ ନେଇଛି। ଅକ୍ଟୋବର ୨ ଗାନ୍ଧି ଜୟନ୍ତୀରେ ଆପ୍‌, ବାମଦଳ ଓ ଆଉ କିଛି ଛାତ୍ର ସଂଗଠନ ପକ୍ଷରୁ ଦିଲ୍ଲୀର ଯନ୍ତରମନ୍ତରରେ ଆନ୍ଦୋଳନ ଡାକରା ଦିଆଯାଇଥିଲା। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ସେମାନେ ବିକ୍ଷୋଭ ଡାକରା ଦେଇଥିଲେ। କିନ୍ତୁ ଦିଲ୍ଲୀ ପୁଲିସ୍‌ ଆନ୍ଦୋଳନ ପାଇଁ ଅନୁମତି ଦେଇ ନାହିଁ। ଯନ୍ତରମନ୍ତର ସମେତ ଦିଲ୍ଲୀର ବିଭିନ୍ନ ସ୍ଥାନରେ ପୁଲିସ୍‌ ପକ୍ଷରୁ ଅତିରିକ୍ତ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି।

Related posts

ନୀତିନ ନବିନଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଛନ୍ତି ରାଘବ

mahabharatanews

କୋଚିଂ ସେଣ୍ଟରରେ ଅଗ୍ନିକାଣ୍ଡ, ଛାତ୍ରଛାତ୍ରୀ ଫସିଥିବାରୁ ହାହାକାର

mahabharatanews

ଫେବୃଆରୀ ୧୭ ତାରିଖରେ ଭାରତ ଆସୁଛନ୍ତି ଫ୍ରାନ୍ସ ରାଷ୍ଟ୍ରପତି

mahabharatanews