Uncategorized

ଭୟଭୀତ ହେବାର କିଛି ନାହିଁ: ହରଦୀପ ପୁରୀ

ନୂଆଦିଲ୍ଲୀ: କୋରୋନାକୁ ନେଇ ଭୟଭୀତ ହେବାର କିଛି ନାହିଁ । ସରକାର ଏହି ସଂକ୍ରମଣର ମୁକାବିଲା ପାଇଁ ସମସ୍ତ ପ୍ରକାରର ଆବଶ୍ୟକୀୟ ପ୍ରସ୍ତୁତି କରିଛି ବୋଲି କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂହ ପୁରୀ ଅ।ଜି କହିଛନ୍ତି । ସେହିପରି କୋରୋନା ବିରୋଧରେ ଦେଶର ପ୍ରସ୍ତୁତିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷର୍ବର୍ଦ୍ଧନ ମଧ୍ୟ ସୂଚନା ଦେଇଛନ୍ତି । ଆଜି କୋରୋନାକୁ ନେଇ ପ୍ରଧାନମନ୍ତ୍ରୀ ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ତଥା ମେଡିକାଲ ଦଳ ସହ ବୈଠକ ପରେ ଏହି ସୂଚନା ଦେଇଛନ୍ତି ପୁରୀ । ସେ କହିଛନ୍ତି, ଭୟଭୀତ ହେବାର କିଛି ନାହିଁ । କୋରୋନାର ମୁକାବିଲା ପାଇଁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନିଆଯାଇଛି ବୋଲି ପ୍ରଧାନମନ୍ତ୍ରୀ ଓ ସ୍ୱାସ୍ଥ୍ୟ ମନ୍ତ୍ରୀ କହିଥିଲେ ।

କୋରୋନା ସଂକ୍ରମଣ ହେଉଥିବା ଦେଶର ଚିହ୍ନଟ ପରେ ସେଠାରୁ ଲୋକଙ୍କ ଭାରତ ଗସ୍ତ ଉପରେ ପ୍ରତିବନ୍ଧକ ଲଗାଯାଉଛି । ସଂକ୍ରମଣ ପ୍ରତିହତ କରିବାକୁ ସମସ୍ତ ପ୍ରକାରର ବ୍ୟବସ୍ଥା ପରାଯାଉଛି । ବିମାନ ବନ୍ଦରରେ ସ୍କ୍ରିନିଂ, ଲ୍ୟାବ ସୁବିଧା, ମେଡିକାଲ ପରୀକ୍ଷଣ ଓ ଅଲଗା ରଖିବାର ସମସ୍ତ ବ୍ୟବସ୍ଥା ରହିଛି । ସେ ଆହୁରି କହିଛନ୍ତି, ପ୍ରଧାନମନ୍ତ୍ରୀ ଓ ସ୍ୱାସ୍ଥ୍ୟ ମନ୍ତ୍ରୀ କୋରୋନାକୁ ନେଇ ନିଆଯାଇଥିବା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ।

ସୂଚନାଯୋଗ୍ୟ, ବର୍ତ୍ତମାନ ପର୍ଯ୍ୟନ୍ତ କୋରୋନାରେ ୩୧୨୩ ଜଣଙ୍କ ପ୍ରାଣହାନୀ ଘଟିଥିବା ବେଳେ ୯୧,୭୮୩ ଲୋକ ସଂକ୍ରମିତ ଅଛନ୍ତି । ଭାରତରେ ଏହି ମହାମାରି କୋରୋନାର ୨୮ଟି ମାମଲା ସାମ୍ନାକୁ ଆସିଛି । ସେମାନଙ୍କ ମଧ୍ୟରୁ ୧୨ ଜଣ ଭାରତୀୟ ହୋଇଥିବା ବେଳେ ୧୬ ଜଣ ବିଦେଶୀ ନାଗରିକ । ଗତ ମାସରେ କେରଳରେ ୩ଟି କୋରୋନା ମାମଲା ସ।।ମ୍ନାକୁ ଆସିଥିଲା, ଯେଉଁମାନଙ୍କ ଚିକିତ୍ସା ପରେ ଭଲ ହୋଇ ଘରକୁ ଫେରିଛନ୍ତି ।
୨୧ ଇଟାଲି ନାଗରିକଙ୍କ ମଧ୍ୟରୁ ୧୪ ଜଣଙ୍କୁ ଇଣ୍ଡୋ ତିବ୍ଦତ ବର୍ଡର ପୁଲିସ (ଆଇଟିବିପି) ଶିବିରରେ ଅଲଗା ରଖାଯାଇଛି । ସରକାରୀ ସୁତ୍ର ଅନୁଯାୟୀ, ସେମାନଙ୍କ ପରୀକ୍ଷା ନିରୀକ୍ଷା ଚାଲିଛି । ମଙ୍ଗଳବାର ଦକ୍ଷିଣ ଦିଲ୍ଲୀରେ ଥିବା ଏକ ହୋଟେଲରେ ଥିବା ୩ ଭାରତୀୟ ଓ ୨୧ ଇଟାଲି ନାଗରିକଙ୍କୁ ଆଇଟିବିପି ଶିବିରକୁ ପଠାଯାଇଥିଲା । ସେହି ଇଟାଲୀୟଙ୍କ ମଧ୍ୟରେ ୮ ଜଣ ପୁରୁଷ ଓ ୧୩ ମହିଳା ଥିଲେ । ଏହା ବ୍ୟତୀତ ୩ ଭାରତୀୟଙ୍କ ମଧ୍ୟରେ ଜଣେ ଟ୍ୟୁରିଷ୍ଟ ଗାଇଡ, ଜଣେ ଡ୍ରାଇଭର ଓ ଜଣେ ସହାୟକ ଥିଲେ ।

Related posts

ଖୋଲିଛି ଦେଶର କିଛି ଧର୍ମାନୁଷ୍ଠାନ

mahabharatanews

୭ ମାସ ପରେ ମହାରାଷ୍ଟ୍ରରେ ଖୋଲିଲା ଧର୍ମାନୁଷ୍ଠାନ

mahabharatanews

ସାପ କାମୁଡ଼ାରେ ଭାଇଭଉଣୀ ମୃତ

mahabharatanews

Leave a Comment