Uncategorized

ମଧ୍ୟପ୍ରଦେଶ- ମହାରାଷ୍ଟ୍ର ସୀମାନ୍ତରେ ପ୍ରବାସୀ ଶ୍ରମିକଙ୍କ ତାଣ୍ଡବ

ଭୋପାଳ: ଲକଡାଉନ ଭିତରେ ପୁଣି ପ୍ରବାସୀ ଶ୍ରମିକଙ୍କ ହିଂସା ଉଗ୍ର ରୂପ ନେଇଛି । ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ର ସୀମାନ୍ତ ଜିଲା ବରୱାନୀର ସେନ୍ଧୱାଠାରେ ପ୍ରବାସୀ ଶ୍ରମିକଙ୍କ ବିକ୍ଷୋଭ ହିଂସାତ୍ମକ ରୂପ ନେଇଛି। ଖାଦ୍ୟ କିମ୍ବା ଗମନାଗମନ ବ୍ୟବସ୍ଥା କରି ନ ଥିବା ପ୍ରତିବାଦରେ ଶହସ୍ରାଧିକ ପ୍ରବାସୀ ଶ୍ରମିକ ପ୍ରଶାସନିକ ଅଧିକାରୀଙ୍କ ଉପରକୁ ଢ଼େଲାପଥର ମାଡ଼ କରିଛନ୍ତି। ବୁଧବାର ସନ୍ଧ୍ୟାରୁ ସ୍ଥାନୀୟ ଜାତୀୟ ରାଜପଥ-୩ କଡ଼ରେ ଭୋକ ଉପାସରେ ମହିଳା ଓ ଶିଶୁଙ୍କ ସମେତ ହଜାର ହଜାର ଶ୍ରମିକ ପଡ଼ି ରହିଥିଲେ । ଶେଷରେ ସେମାନଙ୍କ ଅସନ୍ତୋଷ ଉଗ୍ର ନେଇଥିଲା ଓ ମଧ୍ୟପ୍ରଦେଶ ସରକାରଙ୍କ ବିରୋଧରେ ବିଷୋଦ୍‌ଗର କରିଥିଲେ। ମହାରାଷ୍ଟ୍ର ସରକାର ଏହି ସୀମାନ୍ତ ପର୍ୟ୍ୟନ୍ତ ସେମାନଙ୍କୁ ପଠାଇବା ବ୍ୟବସ୍ଥା କରିଥିବାବେଳେ ମଧ୍ୟପ୍ରଦେଶ ସରକାର କିଛି ବୁଝୁ ନ ଥିବା ସେମାନେ ଅଭିଯୋଗ କରିଥିଲେ। କିଛି ବସ୍‌ ସେଠାରୁ ଫେରିଯିବା ପରେ ଶ୍ରମିକମାନେ ଉତ୍ତ୍ୟକ୍ତ ହୋଇପଡ଼ିଥିଲେ; ପରେ ୧୩୫ଟି ବସ୍‌ ଯୋଗେ ସେମାନଙ୍କୁ ନିଜ ଅଞ୍ଚଳକୁ ପଠାଯାଇଥିଲା ବୋଲି କହିଛନ୍ତି ସ୍ଥାନୀୟ ଜିଲାପାଳ। ଏହି ଶ୍ରମିକମାନେ ମହାରାଷ୍ଟ୍ରର ପୁଣେରୁ ନିଜ ରାଜ୍ୟକୁ ଫେରୁଥିଲେ।

Related posts

ଲଞ୍ଚ ପରେ ନିଦ ଅ।ସୁଛି କି? ଏହି ଟିପ୍ସ ସାହାଯ୍ୟରେ ଦୂର କରିପାରିବେ ଥକାପଣ

mahabharatanews

ଗତ ୨୪ ଘଣ୍ଟାରେ ଦେଶରେ କରୋନାଜନିତ ମୃତ୍ୟୁ ୯୭୧

mahabharatanews

ମହାରାଷ୍ଟ୍ର ଏବଂ ଦିଲ୍ଲୀ ପରେ ମେରଠକୁ ବ୍ୟାପୀଲା ବ୍ଲାକ ଫଙ୍ଗସ

mahabharatanews