Uncategorized

ମହାପ୍ରଭୁଙ୍କ ସେନାପଟା ଲାଗି ପାଇଁ ପୁରୀରେ ପହଁଚିଲା ବଉଳ କାଠ

ପୁରୀ: ମହାପ୍ରଭୁଙ୍କ ସେନାପଟା ଲାଗି ପାଇଁ ପୁରୀରେ ପହଁଚିଲା ବଉଳ କାଠ। ମହାପ୍ରଭୁଙ୍କ ପାଇଁ ପ୍ରତିବର୍ଷ ସତ୍ୟବାଦୀ ଅଂଚଳରୁ ବଉଳ ଗଛ ଚିହ୍ନଟ କରାଯାଇ କାଠ ଅଣାଯାଏ। ଚଳିତ ବର୍ଷ ମନ୍ଦିର ପ୍ରଶାସନ ପକ୍ଷରୁ ଏକ ଟିମ ଯାଇ ଗଛ ଚିହ୍ନଟ କରିବା ପରେ ପୂଜା କରିବା ପରେ ପରମ୍ପରା ମୁତାବକ ନୂଆ ଲୁଗାରେ କାଠକୁ ଆଚ୍ଛାଦିତ କରି ପୁଜାର୍ଚନା ଓ ସଂର୍କୀତନ କରି ଶୋଭାଯାତ୍ରାରେ ଏକ ଶଗଡରେ ଶ୍ରୀ କ୍ଷେତ୍ରରେ ଆସି ପହଁଚିଥିବାବେଳେ ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ଏହାକୁ ଗ୍ରହଣ କରାଯାଇଥିବା ବେଳେ ଏହି ଚଉପଟ ବଉଳ କାଠ ମହାପ୍ରଭୁଙ୍କ ସେନାପଟା ନୀତିରେ ଲାଗିଥାଏ। ଏହାକୁ ପହଣ୍ଡି ସମୟରେ ଶ୍ରୀଅଙ୍ଗର ସୁରକ୍ଷା ପାଇଁ ଲାଗି କରାଯାଇଥାଏ । ଏହି କାଠ ଶ୍ରୀମନ୍ଦିର ସମ୍ମୁଖରେ ପହଂଞ୍ଚିବା ପରେ କାଠକୁ ଚମ୍ପକ ଦ୍ଵାଦଶୀ ଓ ଦଇତା ପ୍ରବେଶ ସହ ହେବ ବାହୁଟ କଣ୍ଟ ନୀତି । ଆଉ ତା ପରେ ବଉଳ କାଠକୁ ମପାଚୁପା ପରେ ସେନାପଟା ଲାଗି କରାଯିବ । ସ୍ନାନପୁର୍ଣିମାରେ ପହଣ୍ଡି ପାଇଁ ବଉଳ କାଠକୁ ସେନାପଟା ଭାବେ ବ୍ୟବହାର କରି ଶ୍ରୀଅଙ୍ଗକୁ ସୁରକ୍ଷା ଦିଆଯିବାର ବିଧି ରହିଛି ।

Related posts

ହଫିଜ ବ୍ୟାଙ୍କ ଆକାଉଣ୍ଟ ଉପରେ ଲାଗିଥିବା କଟକଣା ହଟାଇଲା ପାକିସ୍ତାନ

mahabharatanews

ଏମଏସପି ଆଇନ ଅନ୍ତର୍ଭୁକ୍ତ ହେଲେ ଚାଷୀ କ୍ଷତି ସହିବେ: କେନ୍ଦ୍ର

mahabharatanews

ମହିଳା ସାମ୍ବାଦିକଙ୍କ ଉପରକୁ କୁକୁର ଛାଡ଼ିବା ଘଟଣା, ନେତାଙ୍କ ଘରେ ପୋଲିସ

mahabharatanews