Uncategorized

ମହାରାଷ୍ଟ୍ରରେ ପୁଣି ୩୦ ଟ୍ରେନ ବାତିଲ

ମୁମ୍ବାଇ: କୋରୋନା ଆତଙ୍କକୁ ନେଇ ନେଇ କେନ୍ଦ୍ର ସରକାର ଅଦରକାରୀ ଯାତ୍ରାକୁ ବାତିଲ କରିବା ପାଇଁ ନିର୍ଦ୍ଦେଶ ଦେବା ପରେ ଯାତ୍ରୀଙ୍କ ସଂଖ୍ୟ ହ୍ରାସ ପାଇଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ରେଳବାଇ ଆଉ ୩୦ଟି ଆଉଟ ଷ୍ଟେସନ ଟ୍ରେନର ଯାତ୍ରାକୁ ବାତିଲ କରି ଦେଇଛି ବୋଲି ଆଜି କେନ୍ଦ୍ର ରେଳବିଭାଗର ମୁଖପାତ୍ର ସୂଚନା ଦେଇଛନ୍ତି । ଏହି ନିଷ୍ପତ୍ତି ରେଳବାଇ ବୋର୍ଡର ନିର୍ଦ୍ଦେଶନାମା ଅନୁଯାୟୀ ନିଆଯାଇଛି । ମୁମ୍ବାଇ ଓ ମହାରାଷ୍ଟ୍ରର ବିଭିନ୍ନ ସହରରୁ ଚାଲୁଥିôା ବହୁ ଟ୍ରେନକୁ ବାତିଲ କରି ଦିଆଯାଇଛି । ସେହିସବୁ ଟ୍ରେନ ଲୋକପ୍ରିୟ ନୁହେଁ ତଥା ସେସବୁ ସପ୍ତାହରେ ୨ରୁ ୩ ଥର ଯାତ୍ରା କରିଥାଏ । ଚଳିତ ସପ୍ତାହରେ କେନ୍ଦ୍ର ରେଳବାଇ ୩୨ଟି ଟ୍ରେନକୁ ବାତିଲ କରି ଦେଇଥିଲା, ସେଥିରେ ଅନେକ ଲୋକପ୍ରିୟ ଓ କିଛି ସାପ୍ତାହିକ ପରିଚାଳିତ ହେଉଥିଲା ।

Related posts

ମଧ୍ୟାହ୍ନ ଭୋଜନ ଖାଇ: ୧୭ ଶିଶୁ ଗୁରୁତର

mahabharatanews

୫ରେ ଓମର ଅବଦୁଲ୍ଲାଙ୍କ ଅଟକ ମାମଲା ଶୁଣାଣି

mahabharatanews

ଏତିକି ସମ୍ପତ୍ତିର ମାଲିକ ବୁଲା କୁକୁର

mahabharatanews