ଓଡିଶା

ମାନବ ସେବାରେ ଆଗୁଆ ନନ୍ଦପୁର ସି ଡି ପି ଓ ସ୍ନିଗ୍ଧାରାଣୀ

(ସୁନ୍ଦର ପାଣି /କୋରାପୁଟ) : ଆଗ ଧାଡିର ସଫଳ ମହିଳା ଭାବେ ତାଙ୍କର ପରିଚୟ ଦେଲେ ଅତ୍ୟୁକ୍ତି ହେବ ନାହିଁ। ସେ ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାର ଲୋକଙ୍କ ମଧ୍ୟରେ ଏକ ପରିଚିତ ଚେହେରା। ସେ ହେଉଛନ୍ତି ନନ୍ଦପୁର ସିଡ଼ପିଓ ସ୍ନିଗ୍ଧାରାଣୀ ମିଶ୍ର। ନନ୍ଦପୁର ଵ୍ଳକକୁ ସଂପୂର୍ଣ୍ଣ ଅପପୁଷ୍ଟି ମୁକ୍ତ କରିବା ଲକ୍ଷ୍ୟ ରଖି ଥିଲା ବେଳେ ଏଵେ ନନ୍ଦପୁର ବ୍ଲକକୁ କରୋନା ଭୁତାଣୁ ଠାରୁ ସୁରକ୍ଷିତ ରଖିବା ଉଦ୍ଦେଶ୍ୟ ନେଇ ଗାଁ ଗାଁ ବୁଲି ଲୋକଙ୍କୁ ସଚେତନ କରୁଛନ୍ତି। ଗାଡ଼ି ଯାଇପାରୁନଥିବା ଅଂଚଳକୁ ଚାଲି ଚାଲି ଯାଇ ଲୋକଙ୍କ ପାଖରେ ପହଞ୍ଚୁଛନ୍ତି। କେଵଳ ଏତିକି ନୁହେଁ ଵରଂ କରୋନା ସମୟରେ ଜିଲ୍ଲା ରକ୍ତ ଭଣ୍ଡାରରେ ରକ୍ତର ଅଭାବ ଦେଖି ନିଜେ ନନ୍ଦପୁରରେ ଏକ ରକ୍ତଦାନ ଶିଵିରର ଆୟୋଜନ କରି ନିଜେ ମଧ୍ୟ ରକ୍ତଦାନ କରିଥିଲେ। ସେ ଵର୍ତମାନ ସୁଦ୍ଧା ୪୫ ଥର ରକ୍ତଦାନ କରିଛନ୍ତି। ଆଦିବାସୀ କଳା ସଂସ୍କୃତିକୁ ମଧ୍ୟ ସେ ଆପଣେଇ ନେଇ ସବୁ କ୍ଷତ୍ରରେ ଅନ୍ୟ ମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି।

Related posts

ଅଯୋଧ୍ୟାରୁ ମହାପ୍ରଭୁଙ୍କ ପାଇଁ ନିମନ୍ତ୍ରଣ ପତ୍ର

mahabharatanews

ଟଙ୍କା ଲୁଟକାରୀ ୨ ଗିରଫ

mahabharatanews

  ୨୪ ଘଣ୍ଟାରେ ୧୩୩୭ ସଂକ୍ରମିତ ଚିହ୍ନଟ, ମୋଟ୍ ସଂକ୍ରମଣ ୩୯୦୧୮

mahabharatanews