Uncategorized

ମାର୍ଚ୍ଚରେ ଅଯୋଧ୍ୟା ଯିବେ ଉଦ୍ଧବ

(ମୁମ୍ବାଇ): ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଆସନ୍ତା ମାର୍ଚ୍ଚ ମାସରେ ଅଯୋଧ୍ୟା ଗସ୍ତରେ ଯିବେ । ଏନେଇ ଶିବସେନାର ମୁଖପାତ୍ର ସଞ୍ଜୟ ରାଉତ ଶନିବାର ସୂଚନା ଦେଇଛନ୍ତି । ମାର୍ଚ୍ଚ ୭ ତାରିଖରେ ଉଦ୍ଧବ ଅଯୋଧ୍ୟା ଗସ୍ତରେ ଯିବେ । ସେଠାରେ ସରଯୁ ନଦୀ କୂଳରେ ପ୍ରାର୍ଥନା କରିବା ପରେ ପ୍ରଭୁ ଶ୍ରୀରାମଙ୍କ ଦର୍ଶନ କରିବେ । ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିବା ପରେ ଏହା ତାଙ୍କର ପ୍ରଥମ ଅଯୋଧ୍ୟା ଗସ୍ତ ହେବ ବୋଲି ସେ ଟୁଇଟ୍ କରି ଜଣାଇଛନ୍ତି । ତେବେ ଏହି ଗସ୍ତରେ ଉଦ୍ଧବଙ୍କ ପରିବାର ସହ ସାମିଲ ତାଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟ ଓ ଶିବସେନାର ବରିଷ୍ଠ ନେତାମାନେ ସାମିଲ ହେବେ ବୋଲି ଜଣାଯାଇଛି । ସୂଚନାଯୋଗ୍ୟ, ଏକଦା ବିଜେପିର ସହଯୋଗୀ ଦଳ ଥିବା ଶିବସେନା ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣକୁ ସମର୍ଥନ କରିଆସୁଛନ୍ତି ।

Related posts

ଫସିଥିବା ପ୍ରବାସୀଙ୍କୁ ଘରେ ପହଂଚାଇବା ପର୍ୟ୍ୟନ୍ତ ସମସ୍ତ ଖର୍ଚ୍ଚ ଦେବେ କେଜ୍ରିୱାଲ ସରକାର

mahabharatanews

ଅଜଣା ଜ୍ୱର ଆତଙ୍କ: ୩୨ଶିଶୁଙ୍କ ସମେତ ୩୯ ଜଣଙ୍କ ମୃତ୍ୟୁ

mahabharatanews

ମହଙ୍ଗା ପଡିଲା ସିଏଏ ବିରୋଧୀ ପ୍ରତିବାଦ

mahabharatanews