ନୂଆଦିଲ୍ଲୀ: ଚିନ୍ତା ବଢାଉଛି ନୂଆ ଭାରିଆଣ୍ଟ ଓମିକ୍ରନ୍ । ଓମିକ୍ରନକୁ ଦେଶ ବ୍ୟାପୀ ଆତଙ୍କ । କାରଣ ଏହି ଭାରିଆଣ୍ଟ ଡେଲ୍ଟା ଭାରିଆଣ୍ଟଠାରୁ ୩ ଗୁଣା ଅଧିକ ସଂକ୍ରାମକ । ଗତ ୪ ଦିନ ଧରି ଦେଶରେ ସଂକ୍ରମିତଙ୍କ ସଂଖ୍ୟାରେ ବୃଦ୍ଧି ଘଟୁଛି । ମହାରାଷ୍ଟ୍ରରେ ଗତକାଲି ପୁଣି ୨ ଜଣଙ୍କଠାରେ ଓମିକ୍ରନ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ମୋଟ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ୧୦ରେ ପହଞ୍ଚିଛି । ଓମିକ୍ରନ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ପୁଣି ଲକଡାଉନ ଫେରିବାକୁ ନେଇ ଆଲୋଚନା, ପର୍ଯ୍ୟାଲୋଚନା ଆରମ୍ଭ ହୋଇଗଲାଣି । ଅନ୍ୟପଟେ ବୁଷ୍ଟର ଡୋଜ ଟୀକାକୁ ନେଇ ମଧ୍ୟ ସରକାର ଆଲୋଚନା କରୁଛନ୍ତି ।
ଅନ୍ୟପଟେ, ଏହି ଭାରିଆଣ୍ଟର ଦ୍ରୁତ ସଂକ୍ରମଣକୁ ନେଇ ଚିନ୍ତା ବୃଦ୍ଧି ପାଇଛି । ତେବେ ବିଶେଷଜ୍ଞ କହିଛନ୍ତି, ଟୀକା ଓମିକ୍ରନ ବିରୋଧରେ କାମ କରୁଛି । ହେଲେ ବର୍ତ୍ତମାନ ଶୀତଋତୁ ପାଇଁ ଥଣ୍ଡା, ଜ୍ୱର ଏକ ସାଧାରଣ ରୋଗ । ଅନ୍ୟପଟେ ଲୋକଙ୍କ ଗହଳି ବୃଦ୍ଧି ପାଉଛି, ତେଣୁ ସଂକ୍ରମଣ ବୃଦ୍ଧିରେ ଏହା ସହାୟକ ହେବ । ତେଣୁ ସୁରକ୍ଷା ଦୃଷ୍ଟି କିଛି ଲକଡାଉନକୁ ପ୍ରାଧ।।ନ୍ୟ ଦେଉଥିବା ବେଳେ କିଛି ସତର୍କତାକୁ ପ୍ରାଧାନ୍ୟ ଦେବାକୁ ଗୁରୁତ୍ୱ ଦେଉଛନ୍ତି । ତେଣୁ କରୋନା ଗାଇଡଲାଇନ ପାଳନ କରି ଏହି ବିପଦପୂର୍ଣ୍ଣ ଭୂତାଣୁକୁ ପ୍ରତିହତ କରାଯାଇ ପାରିବ ବୋଲି କହିଛନ୍ତି ବିଶେଷଜ୍ଞଗଣ ।
previous post
next post