ଭାରତ

ଗୁଳିମାଡ ଘଟଣାରେ ପୁଲିସର ଏଫଆଇଆର ରୁଜୁ

କୋହିମା: ନାଗାଲାଣ୍ଡରେ ହୋଇଥିବା ଗୁଳିମାଡ ଘଟଣାରେ ପୁଲିସ ରୁଜୁ କଲା ଏଫଆଇଆର । ପାରା ସ୍ପେଶାଲ ଫୋର୍ସ ବିରୋଧରେ ନିଜଆଡୁ ଏଫଆଇଆର ରୁଜୁ କରିଛି ପୁଲିସ । ଏଫଆଇଆରରେ ପୁଲିସ ପକ୍ଷରୁ କୁହାଯାଇଛି କି, ସ୍ପେଶାଲ ଫୋର୍ସ ଅପରେସନ ବାବଦରେ ପୁଲିସକୁ କୌଣସି ସୂଚନା ଦିଆଯାଇ ନ ଥିଲା । ଏହି ଗୁଳୁକାଣ୍ଡରେ ୧୪ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି । ସାଧାରଣ ନାଗରିକଙ୍କୁ ହତ୍ୟା ଓ ଆଘାତ ଦେବା ପାଇଁ ସୁରକ୍ଷା ବାହିନୀର ଉଦ୍ଦେଶ୍ୟ ଥିଲା ବୋଲି ଏଫଆଇଆରରେ ପୁଲିସ ଉଲ୍ଲେଖ କରିଛି ।
ମିଆଁମାରର ସୀମାବର୍ତ୍ତୀ ନାଗାଲାଣ୍ଡର ମୋନ ଜିଲ୍ଲା ଏଏଫଏସପିଏ ଆକ୍ଟ ଅଧୀନରେ ରହିଛି । ତେଣୁ କେନ୍ଦ୍ର ଅନୁମତି ନ ମିଳିଛି ସେଯାଏଁ ସେନାକୁ ଦୋଷୀ ସାବ୍ୟସ୍ତ କରିପାରିବ ନାହିଁ । ଅନ୍ୟ ପଟେ ସ୍ଥିତି ଗମ୍ଭୀର ରହିଥିଲେ ମଧ୍ୟ ନିୟନ୍ତ୍ରଣରେ ରହିଛି । ମୁଖ୍ୟମନ୍ତ୍ରୀ ନେଫିଓ ରିଓ ଆଜି ମେ।।ନା ଜିଲ୍ଲା ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିବେ ।

 

Related posts

ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀ ନିହତ

mahabharatanews

ପରଲୋକରେ ସ୍ୱତନ୍ତ୍ର ସୁରକ୍ଷା ମୁଖ୍ୟ ଅରୁଣ କୁମାର ସିହ୍ନା

mahabharatanews

ଏଣିକି ୩୬ ଘଣ୍ଟା ମଧ୍ୟରେ ହଟିବ ‘ଡିପ୍‌ଫେକ୍‌’ କଣ୍ଟେଣ୍ଟ୍‌

mahabharatanews