Uncategorized

ମୃତ ଦେହରେ କରୋନା ଭୂତାଣୁର ଆୟୁଷ, କ୍ଷମତାକୁ ନେଇ ହେବ ଅଧ୍ୟୟନ

ନୂଆଦିଲ୍ଲୀ: ମୃତ ଦେହରେ କରୋନା ଭୂତାଣୁର ଆୟୁଷ ଓ ଏହାର ସଂକ୍ରମଣ କରିବା କ୍ଷମତା ଉପରେ ଅଧ୍ୟୟନ କରିବାକୁ ଏମ୍‌ସ୍ ଡାକ୍ତରମାନେ ଜଣେ ମୃତ କୋଭିଡ୍-୧୯ ଆକ୍ରାନ୍ତଙ୍କ ଶବ ବ୍ୟବଚ୍ଛେଦ କରିବାକୁ ଚିନ୍ତା କରୁଥିବା କଥା ମୁଖ୍ୟ ଡାକ୍ତର ସୁଧୀର ଗୁପ୍ତା କହିଛନ୍ତି। ଶରୀର ଅଙ୍ଗପ୍ରତ୍ୟଙ୍ଗଗୁଡ଼ିକ ଉପରେ ଏହି ଭୂତାଣୁ କିଭଳି କୁପ୍ରଭାବ ପକାଉଛି ତାହା ମଧ୍ୟ ଏହି ଅଧ୍ୟୟନରୁ ଜଣାପଡ଼ିବ ବୋଲି ଗୁରୁବାର ଦିନ ଡାକ୍ତର ଗୁପ୍ତା କହିଛନ୍ତି।
ମୃତବ୍ୟକ୍ତିଙ୍କ ଉତ୍ତରାଧିକାରୀଙ୍କ ଠାରୁ ଏଥିନିମନ୍ତେ ଅନୁମତି ଅଣାଯିବ। ଏହି ଅଧ୍ୟୟନରେ ପାଥୋଲୋଜି ଏବଂ ମାଇକ୍ରୋବାୟୋଲଜି ଭଳି ଅନେକ ବିଭାଗର ଡାକ୍ତରମାନେ ଅଂଶଗ୍ରହଣ କରିବେ। ମଙ୍ଗଳବାର ଦିନ ଆଇସିଏମ୍ଆର୍ କହିଥିଲା ଯେ କୋଭିଡ୍-୧୯ ହେଉଛି ଶ୍ୱାସପ୍ରଶ୍ୱାସ ସଂକ୍ରମଣଜନିତ ରୋଗ। ଏହା ମୁଖ୍ୟତଃ ବାୟୁରେ ମିଶ୍ରିତ ହୋଇ ବ୍ୟାପିଥାଏ।

Related posts

ଟେକ୍ସାସରେ ଗୁଳିକାଣ୍ଡ: ୩ ମୃତ, ଜଣେ ଗୁରୁତର

mahabharatanews

ସନ୍ଧ୍ୟା ସମୟରେ ଘରେ ପ୍ରସ୍ତୁତ କରନ୍ତୁ ଚଟପଟା ‘ସୁଜି ଆପେ’

mahabharatanews

ଜାଫରାବାଦ ବିକ୍ଷୋଭକୁ ମିଳୁଛି ରାଜନୈତିକ ପ୍ରୋତ୍ସାହନ: ମନୋଜ ତିୱାରୀ

mahabharatanews