ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦିନ ପୂର୍ବତନ ପ୍ରଧାନମନ୍ତ୍ରୀ ମୋରାର୍ଜି ଦେଶାଇଙ୍କ ୧୨୪ ତମ ଜନ୍ମ ଜୟନ୍ତୀ ଅବସରରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ତାଙ୍କ ଆଦର୍ଶ ମୂଳକ ରାଜନୀତିକୁ ମନେ ପକାଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟୁଇଟର ହ୍ୟାଣ୍ଡଲରେ ଏକ ଭିଡିଓ ପୋଷ୍ଟ କରି ମୋଦି କହିଛନ୍ତି, ମୋରାଜୀ ଦେଶାଇ ଫେବୃଆରୀ ୨୯ରେ ଜନ୍ମଗ୍ରହଣ କରିଥିବାରୁ ତାଙ୍କ ଜନ୍ମଦିନ ପ୍ରତି ୪ ବର୍ଷରେ ଥରେ ପାଳିତ ହୋଇଥାଏ । ମୋଦି ଆହୁରି କହିଛନ୍ତି, ଦେଶାଇ ସର୍ବାଧିକ କେନ୍ଦ୍ର ବଜେଟ ଉପସ୍ଥାପନ କରିଥିଲେ, ଯାହାର ସ୍ୱତନ୍ତ୍ରତା ଥିଲା । ତାଙ୍କ ରାଜନୀତି ଆଦର୍ଶ ଭିତ୍ତିକ ଥିଲା, ଯାହା ପାଇଁ ସେ ସର୍ବଦା ସ୍ମରଣୀୟ ହେ।।ଇ ରହିଥିଲେ ବୋଲି ମୋଦି ତାଙ୍କୁ ଟୁଇଟରେ ଉଲ୍ଲେଖ କରିଛନ୍ତି ।
ମୋରର୍ଜୀ ଦେଶାଇ ୧୮୯୬ ମସିହା ଫେବୃଆରୀ ୨୬ ତ।।ରିଖରେ ଗୁଜୁରାଟର ବୁଲସର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ସେ ୧୯୭୭-୭୯ ପର୍ଯ୍ୟନ୍ତ ଦେଶର ପ୍ରଧାନମନ୍ତ୍ରୀ ରହିଥିଲେ । ସେ ଇନ୍ଦିରାଗାନ୍ଧୀଙ୍କୁ ପରାସ୍ତ କରି ପ୍ରଧାନମନ୍ତ୍ରୀ ହୋଇଥିଲେ ।