Uncategorized

ଯବାନଙ୍କ ଆତଙ୍କ: ୨୦୦ ରାଉଣଡ ଗୁଳି ଚଳାଇ ଖେଳାଇଲେ ଭୟ

(ମହାଭାରତ, ପାଟନା): ଭାରତ- ବିହାରର ଦିଘଲବେଙ୍କ ଅନ୍ତର୍ଗତ ନେପାଳ ସୀମା ନିକଟରେ ଥିବା ପିଲଟୋଲ ସୀମା ପୋଷ୍ଟରେ ନିୟୋଜିତ ସଶସ୍ତ୍ର ସୀମା ବଳ (ଏସଏସବି)ର ଜଣେ ଯବାନ ନିଜ ବନ୍ଧୁକରୁ ଫାୟାରିଂ କରିବାକୁ କିଛି ସମୟ ପାଇଁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ଯବାନ ଜଣକ ପ୍ରାୟ ୨୦୦ ରାଉଣ୍ଡ ଗୁଳି ଚଳାଇଥିଲେ । ଯବାନ ପ୍ରାୟ ୪୫ ମିନିଟ ଧରି ଗୁଳି ବର୍ଷା କରି ଚାଲିଥିଲେ ।

କିଶନଗଞ୍ଜ ଡିଏସପି ଅଜୟ କୁମାର ଝାଙ୍କ ମୁତାବକ, ଏସଏସବିର ଅଭୟ କୁମାର ରାଜସ୍ଥାନର ବାସିନ୍ଦା । ସେ ପିଲଟୋଲ ପୋଷ୍ଟରେ ନିୟୋଜିତ ଥିଲେ । କିନ୍ତୁ ହଠାତ ସେ କ୍ୟାମ୍ପ ନିକଟରେ ତାଙ୍କ ଇଂସାସ ରାଇଫଲରୁ ଫାୟାରିଂ କରିବା ଆରମ୍ଭ କରି ଦେଇଥିଲେ । ଏହି ଘଟଣ।।ରେ ପୁଲିସ ଘଟଣାସ୍ଥଳରୁ ପ୍ରାୟ ୨୪୦ଟି ଗୁଳିର ଖୋକା ଉଦ୍ଧାର କରିଛି । ଏହି ଗୁଳି ବର୍ଷାର ଶବ୍ଦ ଶୁଣି ସ୍ଥାନୀୟ ଲୋକଙ୍କ ଭିଡ ସେଠାରେ ଜମା ହୋଇ ଯାଇଥିଲା । ଏହି ଘଟଣା ସମ୍ପର୍କରେ ଏସଏସବି କମାଣ୍ଡେଣ୍ଟ ସୁଭାଷ ଚନ୍ଦ୍ର ନେଗୀ କହିଛନ୍ତି, ଲାଗୁଥିବଲ ଯବାନ ତାଙ୍କ ମାନସିକ ସନ୍ତୁଳନ ହରାଇ ବସିଛନ୍ତି, ଯେଉଁଥି ପାଇଁ ସେ ଏପରି କରିଥିଲେ ।ଏହି ମାମଲାରେ ଏସଏସବି ଓ ଜିଲ୍ଲା ପୁଲିସର ମିଳିତ ତଦନ୍ତରେ ଯବାନ ଦୋଷୀ ସାବ୍ୟସ୍ତ ହେଲେ ତାଙ୍କୁ ଦଣ୍ଡ ମିଳିବ ବା ତାଙ୍କୁ ଅର୍ଦ୍ଧସାମରିକ ବଳରୁ ବାହାର କରାଯାଇ ପାରିବ ବୋଳି ମତପ୍ରକାଶ ପାଇଛି ।

Related posts

ଘରେ ରଖୁଛନ୍ତି କି ଶୁଖିଲା ଫୁଲ? ତେବେ ଦୂର ହୋଇପାରେ ଅ ।ପଣଙ୍କ ସୁଖ-ଶାନ୍ତି

mahabharatanews

ଆତ୍ମତୁପ୍ତିର ଅନ୍ୟନାମ ଚୁମ୍ବନ

mahabharatanews

ପ୍ରବଳ ଗରମ ସହ ଗୁଳୁଗୁଳି; ୟେଲୋ ଆଲର୍ଟ ଜାରି 

mahabharatanews